Pratidin TV

Odisha's Digital News Platform

ନବୀନ ନିବାସରୁ ବୈଠକ ସାରି ଫେରୁଥିଲେ, ଗ୍ୟାସ ଟ୍ୟାଙ୍କର ଦେଲା ଧକ୍କା ଗାଡି ହୋଇଗଲା ଚୁରମାର

1 min read

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାର ଶିକାର |ଭୁବନେଶ୍ୱର ନବୀନ ନିବାସରୁ ବୈଠକ ସାରି ବରଗଡ଼ ଫେରୁଥୁବା ବେଳେ ହୋଇଥିଲା ଦୁର୍ଘଟଣା | ରେଢ଼ାଖୋଲ ସ୍ଥିତ ଲୁହାପଙ୍କ ଠାରେ ଏକ ଟେଙ୍କର ତାଙ୍କ ଗାଡିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ପରେ ତୁରନ୍ତ ତାଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲ କୁ ନିଆ ଯାଇଥିଲା l ହେଲେ ଅବସ୍ଥା ଗୁରୁତର ହେବାରୁ ପ୍ରସନ୍ନଙ୍କୁ ତୁରନ୍ତ ସମ୍ବଲପୁର ବିକାଶ ହସ୍ପିଟାଲରେ ରେ ଭର୍ତ୍ତି କରାଯାଇଛି l ଦୁର୍ଘଟଣାର ଖବର ପାଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ମଧ୍ୟ ମେଡିକାଲକୁ ପହଞ୍ଚି ଥିଲେ l

ତେବେ ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖିରେ ଗଭୀର ଆଘାତ ଲାଗିଥିବା ଜଣାପଡିଥିଲା l ଓଟି ପରେ ବର୍ତ୍ତମାନ ଆଇସିୟୁରେ ପ୍ରସନ୍ନଙ୍କୁ ରଖାଯାଇଛି l ସକାଳ ୧0 ଟା ରେ ପ୍ରସନ୍ନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି
| ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଥିଲେ। ଏବଂ ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ । ଉକ୍ତ ସମୟରେ ବାମୁରା ଅଞ୍ଚଳରେ ରୋଗୀ ଛାଡ଼ି ଫେରୁଥିବା ଏକ ଆମ୍ବୁଲାନ୍ସ ତୁରନ୍ତ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓଙ୍କୁ ଡାକ୍ତରଖାନା ନେଇଥିଲା |

Advertisement

ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡିର ସମ୍ମୁଖ ଭାଗ ପୁରା ଭାଙ୍ଗି ଚୁରମାର ହୋଇଯାଇଛି | ର୍ଘଟଣା ଖବର ପାଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାର ଲୋକେ ଆଜି ସକାଳୁ ସକାଳୁ ସମ୍ବଲପୁରସ୍ଥିତ ମେଡିକାଲରେ ପହଞ୍ଚିଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଉଭୟ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସ୍‌ଓଙ୍କୁ ଆଜି ମଧ୍ୟାହ୍ନ ସମୟରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯିବ ବୋଲି ଜଣାଯାଇଛି। ଏନେଇ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *