Pratidin TV

Odisha's Digital News Platform

ଆଜି ସନ୍ଧ୍ୟାରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର …

1 min read

ଆଜିସନ୍ଧ୍ୟାରେ ପ୍ରକାଶ ପାଇବ 2024 ନିର୍ବାଚନ ପାଇଁ  ବିଜେଡିର ଇସ୍ତାହାର । ଦଳ ପକ୍ଷରୁ ପ୍ରସ୍ତୁତ ଇସ୍ତାହାରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ବିଜେଡିର ଇସ୍ତାହାର ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ । ଏନେଇ ଗଞ୍ଜାମ କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ  ସୂଚନା ଦେଇଛନ୍ତି ଯେ।  ଗୁରୁବାର ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ ବୋଲି ସେ କହିଛନ୍ତି । ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି।

ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଆପଣ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେଇ ବିଧାୟକ ଏବଂ ଏମ୍‌ପିଙ୍କୁ ଜିତାନ୍ତୁ ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନି ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *