Pratidin TV

Odisha's Digital News Platform

ଖୋଲିବ ବିଜେଡି ବିଧାୟକଙ୍କ କଳା କାରନାମା : ସେକ୍ସ ରାକେଟକୁ ନେଇ ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ

1 min read


ଭୁବନେଶ୍ୱର : ବିପଦରେ ପଡିଗଲେ ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ । ଗତ ମାସ ବିଧାୟକଙ୍କ ମହିଳାବନ୍ଦୁ ବା ଗର୍ଲଫ୍ରେଣ୍ଡ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଯେ , ବିଧାୟକ ପ୍ରତିଶୃତି ଦେଇଥିଲେ ବାହା ହେବାପାଇଁ କିନ୍ତୁ ବାହଘର ଦିନ ସକାଳୁ ମଧ୍ୟାହ୍ନ ହୋଇଯାଇଥିଲେ ସୁଦ୍ଧା ଆସିନଥିଲେ ବିଧାୟକ । ତାସହ ନିଜର ଫୋନକୁ ମଧ୍ୟ ସୁଇଚ୍‌ଅଫ୍ କରିଦେଇଥିଲେ ।

ଏନେଇ ତାଙ୍କ ଗର୍ଲଫ୍ରେଣ୍ଡ ସୋମାଲିକା ଦାସ ଜଗତସିଂହପୁର ପୋଲିସ ଷ୍ଟେସନ୍ ରେ ଜୁନ ୧୮ ତାରିଖ ଦିନ ବିଧାୟକଙ୍କ ନାରେ କେସ୍ ଫାଇଲ କରିଥବା ସହ ଖୋଲିଥିଲେ ବିଧାୟକଙ୍କ ଗୁମ†ର । ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ବିଧାୟକ ଇଲେକ୍ସନରେ ହେବାକୁ ଥିବା ଖର୍ଚ୍ଚ ପାଇଁ ସେକ୍ସ ରାକେଟ ଚଲାଉଛନ୍ତି । ଆଉ ମଧ୍ୟ କହିଥିଲେ କି ବିଜୟ ଜଣେ ବହୁତ ବଡ ପାୱାରଫୁଲ ନେତା ଓ ତାଙ୍କ ହାତ ବହୁତ ଲମ୍ବା , ସେଥିପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ଏହି ଘଟଣାଟିର ବୋଲି ଅନୁରୋଧ କରିଥିଲେ ।

Advertisement

ତେବେ ଏନେଇ ଜଗତସିଂହପୁର ଏସ୍‌ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାକୁ ଜୁଲାଇ ୭ ରେ ଚିଠି ଲେଖିଥିଲେ ।ଏଭଳି ଜଘନ୍ୟ ଅଭିଯୋଗ ବିଦାୟକଙ୍କ ବିରୁଦ୍ଧରେ ଥିବାରୁ ଏହା ଏକ ସମ୍ବେଦନଶୀଳ ମାମଲା ବୋଲି ଜଣାପଡୁଛି ।

Leave a Reply

Your email address will not be published. Required fields are marked *