Pratidin TV

Odisha's Digital News Platform

ପରିବାର ସହ ଧାଡିରେ ଠିଆ ହୋଇ ଭୋଟ ଦେଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ।

1 min read

ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବାପା ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ମା’ ବିଜୟଲକ୍ଷ୍ମୀ ସିଂହଦେଓ ଏବଂ ଭାଇ ମନ୍ମଥ ନାରାୟଣଙ୍କ ସହ ଆଜି ବଲାଙ୍ଗିର ମହିଳା ମହାବିଦ୍ୟାଳୟ ପରିସରରେ ରହିଥିବା ବୁଥ୍ରେ ଲାଇନ୍ରେ ରହି କଳିକେଶ ଭୋଟ୍ ଦେଇଛନ୍ତି ।

ଏହି ଅବସରରେ କଳିକେଶ କହିଛନ୍ତି ଯେ, ବହୁତ ଉତ୍ସାହର ସହ ବଲାଙ୍ଗିରବାସୀ ଭୋଟ ଦେଉଛନ୍ତି । ବିଜେଡ଼ି ସପକ୍ଷରେ ମତଦାନ ହେବ ବୋଲି ସେ ଆଶା ରଖିଛନ୍ତି । ଲୋକେ ନିଶ୍ଚିତ ବିକାଶକୁ ବାଛିବେ ଓ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସପକ୍ଷରେ ଭୋଟ ଦେବେ ବୋଲି କହିଛନ୍ତି କଳିକେଶ ।

Advertisement

ଆଜି ଗଣତନ୍ତ୍ରର ମହାନ୍ ପର୍ବ ସାଧାରଣ ନିର୍ବାଚନ ଓଡ଼ିଶା ରେ ଦୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର ରୁଗୁଡ଼ିପଡ଼ା ବୁଥ୍ ନଂ.୨୫୩ରେ ନିଜର ମତଦାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଇସଲ୍ୱାର ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବଲାଙ୍ଗିରବାସୀଙ୍କୁ ଅନୁରୋଧ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଜନସାଧାରଣଙ୍କ ଭୋଟଦାନ ପାଇଁ ସମସ୍ତ ପ୍ରକାର ବିଧି ବ୍ୟବସ୍ଥା କରାଯାଇଥିବା ବେଳେ ଶୃଙ୍ଖଳା ଦୃଷ୍ଟିକୋଣରୁ ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *