Pratidin TV

Odisha's Digital News Platform

ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ପଛରେ ଷଡଯନ୍ତ୍ର , BJD ସାଂସଦ ସୁଲତା ଦେଓଙ୍କ ସଙ୍ଗୀନ ଅଭିଯୋଗ ।

1 min read

ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ । ସୋସିଆଲ ମିଡିଆରେ ଏଭଳି ପ୍ରମାଣ ସହ ନିଜ ମତ ରଖିଲେ ବିଜେଡି ସାଂସଦ ସୁଲତା ଦେଓ । .ଯେବେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସିବି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା ସେତେବେଳେ ହାଉସ୍ ସର୍ଜନ ମାନଙ୍କ ଷ୍ଟ୍ରାଇକ୍ ଚାଲିଥିଲା । ୨. ଦ୍ୱିତୀୟରେ କମଳା ପୂଜାରୀ ଜୟପୁରରେ ରହୁଥିଲେ ତାଙ୍କୁ ଭାଇଜାକ୍ ମଧ୍ୟ ଚିକିତ୍ସା ପାଇଁ ନିଆଯାଇପାରିଥାନ୍ତା । ନଚେତ୍ ବିଏସକେୱାଇ କାର୍ଡ ଦ୍ୱାରା ଆପୋଲରେ ବି ଚିକିତ୍ସା କରାଯାଇପାରିଥାନ୍ତା । କିନ୍ତୁ ଏସିବିରେ ଯେଉଁ ସମୟରେ ଡାକ୍ତର ମାନେ ଷ୍ଟ୍ରାଇକ୍‌ରେ ବସିଥିଲେ ସେତେବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କାହିଁକି ଏଠାକୁ ଅଣାଗଲା ।
. କମଳା ପୂଜାରୀଙ୍କୁ ଏତେ ବାଟରୁ ଏସିବି ଆଣିବାକୁ କିଏ ପରାମର୍ଶ ଦେଲା ?
କମଳା ପୂଜାରୀଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର ବୋଲି ଦାବି କରିଛନ୍ତି ସୁଲତା ଦେଓ । ଆଉ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଉତ୍ତର ମାଗିଛନ୍ତି ସେ ।

Advertisement

Leave a Reply

Your email address will not be published. Required fields are marked *