Pratidin TV

Odisha's Digital News Platform

ଆଖିବୁଜିଲେ ବରିଷ୍ଠ ବିଜେଡି ନେତା ତଥା ଆତ୍ମା ଅଧ୍ୟକ୍ଷ ‘ପିତାମ୍ବର ନାୟକ’

1 min read

କୋରାପୁଟ୍ : କୁନ୍ଦୁରା ବ୍ଲକର ବହୁ ଚର୍ଚ୍ଚିତ ଚେହେରା, ବି ଜେ ଡି ବରିଷ୍ଠ ନେତା ତଥା ଆତ୍ମା ଅଧ୍ୟକ୍ଷ ପିତାମ୍ବର ନାୟକଙ୍କ ବିୟୋଗରେ ସ୍ତବ୍ଧ ହୋଇଛି ଆଜି କୁନ୍ଦୁରା ବ୍ଲକ । ସେ ଥିଲେ ଜଣେ ଦକ୍ଷ ନେତୃତ୍ୱ । ବ୍ଲକ ଡମ୍ବ ସାମାଜର ଉପଦେଷ୍ଟା, ବ୍ଲକ ବିଜୁ ଜନତାଦଳର ଜିଲ୍ଲା ସମ୍ପାଦକ, ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ଉପଦେଷ୍ଟା, ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ରହି ବ୍ଲକରେ ସୁପରିଚିତ ଚେହେରା ଥିଲେ ।

ଛାତି ଯନ୍ତ୍ରଣା ଯୋଗୁ ଗତ ୪ ଦିନ ପ୍ରଥମେ ଜୟପୁର ଓ ପରେ କୋରାପୁଟ ମେଡିକାଲ୍ ରେ ଚିକିତ୍ସତ ହେଉଥିଲେ । ଯନ୍ତ୍ରଣା ଅଧିକ ଅନୁଭବ କରିବାରୁ ରାତି ୨ ଟା ରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନେବା ବାଟରେ ମୃତ୍ୟୁ ଘଟିଥିଲା । ପାଖରେ ଥିଲେ ସାନ ପୁଅ କୈଳାଶ, ଆଜି ସକାଳେ ପବନ ବେଗରେ ପ୍ରସାରିତ ହୋଇଥିଲା ମୃତ୍ୟୁ ଖବର ।ପରିବାର ସମ୍ପର୍କୀୟ, ଗାଁ ପଡ଼ିଶା, ବ୍ଲକ ତଥା ଆଖ ପାଖ ବ୍ଲକରୁ ଶେଷ ଦର୍ଶନ ପାଇଁ ଚିଲି ଗୁଡ଼ା ସ୍ଥିତ ବାସଭବନରେ ଲୋକଙ୍କ ଭିଡ଼ ଲାଗିଥିଲା । ବିଧାୟୀକା ପଦ୍ମିନୀ ଦିଆନ, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଜିଲ୍ଲା ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମାଝି, ଡମ୍ବ ସାମାଜ, ମୂଳ ଅଧିବାସୀ ସଂଘ, ଆତ୍ମାର ପ୍ରତିନିଧି ଓ କର୍ମଚାରୀ,ବିଜେଡି, କଂଗ୍ରେସ, ବିଜେପି ଭଳି ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା, କର୍ମୀ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା,ଗାଁ ରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ ।

Advertisement

ସମସ୍ତଙ୍କ ମୁହଁରେ ଥିଲା କୁନ୍ଦୁରା ବ୍ଲକ ଆଜି ହରାଇ ଦେଇଛି ଏକ ଦକ୍ଷ ନେତୃତ୍ୱ ଓ ଏହା ଏକ ଅପୂରଣୀୟ କ୍ଷତି । ଦିନ ୧୧ ଟା ବେଳେ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *