Pratidin TV

Odisha's Digital News Platform

ବିଜେପିକୁ ପ୍ରମିଳାଙ୍କ କଟାକ୍ଷ, ୩୩ ଲକ୍ଷ ଯଦି ଗୋପବନ୍ଧୁ ( BSKY) ପାଇବେ ୬୭ ଲକ୍ଷ ଯିବେ କୁଆଡେ…

1 min read

ଓଡ଼ିଶାରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବିମା ର ଶୁଭାରମ୍ଭ ହେବା ପରେ ବର୍ଷିଛନ୍ତି ବିଜେଡ଼ି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ । ବିଜେପି ଆୟୁଷ୍ମାନ ଭାରତକୁ ନେଇ ଖୁସି ହେଉଛି। ହେଲେ କଣ ସୁବିଧା ଅଛି ଏଥିରେ, କଣ ଜଣାଇଲେଣି କି, ରୋଗୀ ପଇସା ଦେବ ନା ଖର୍ଚ୍ଚ କରିବା ପରେ ପାଇବେ, କିଛି ସ୍ପଷ୍ଟ ନ କରି ପ୍ରଚାର ପ୍ରସାରରେ ଲଗାଇବେ ପ୍ରଥମେ କ୍ଲିୟର କରନ୍ତୁ। ସରକାରୀ ଯୋଜନାକୁ ଦଳୀୟ ଯୋଜନା କରିବା ହିଁ ସେମାନଙ୍କ ଉଦେଶ୍ୟ କି ? ପ୍ରଥମେ ସରକାରି ଲୋକଙ୍କ ସମସ୍ୟା ବୁଝନ୍ତୁ ।

ଲୋକଙ୍କ ସ୍ବାସ୍ଥ୍ୟ କୁ ନେଇ ରାଜନୀତି ନ କରନ୍ତୁ। ନବୀନ ପଟ୍ଟନାୟକ କଣ କରିଥିଲେ ଓ ଏବେ ସରକାର କଣ କରୁଛନ୍ତି, ଲୋକେ ତୁଳନା କଲେଣି। BSKY ନା ବଦଳେଇ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ୩୬ ଲକ୍ଷ ଲୋକ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବେ ବୋଲି ସୂଚନା ଦେଇଦେଲେ । ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଭଲ ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁ BSKY କରିଛନ୍ତି ତାହା ଏବେ ବି ଚାଲୁଛି । ମାଗଣା ଚିକିତ୍ସା ମିଳିଛି । ଏବେ ତା ନା ପରିବର୍ତନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ, ଯାହା ଏବେ ବି ଆରମ୍ଭ ହୋଇ ପାରିଲା ନାହିଁ।

Advertisement

Leave a Reply

Your email address will not be published. Required fields are marked *