Pratidin TV

Odisha's Digital News Platform

ବିଜେଡି ସୁପ୍ରିମୋଙ୍କ ବଡ ଆକ୍ସନ ; ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍

1 min read

ଶଙ୍ଖଭବନରୁ ଆରମ୍ଭ ହୋଇଥିବା ବିଜେଡି ବିବାଦ ଦିନକୁ ଦିନ ଘନାଉଥିବା ବେଳେର ସୁର୍ପିମୋ ନବୀନ ନେଇଛନ୍ତି ବିଗ୍ ଆକ୍ସନ । ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହେବା ପରେ ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି ସୁଶାନ୍ତ ରାଉତ । ବିରୋଧ ଓ ଆକ୍ରୋଶ ମନୋଭାବ ରଖି ମେଳି କରୁଛନ୍ତି ବିଭିନ୍ନ କର୍ପୋରେଟର ଓ ନେତା । ଯାହା ଦଳ ଭିତରେ ବିଶୃଙ୍ଖଳାକୁ ଇନ୍ଧନ ଦେଉଛି ।

ଏନେଇ ଆଜି ର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ବିବେକ ସ୍ବାଇଁ ଏବଂ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ରଙ୍କୁ ନୋଟିସ ଜାରି କରାଯାଇଛି । ଏମାନେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହେବା ପରେ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ।

Advertisement

କର୍ପୋରେଟର ବିରଞ୍ଚି ମହାସୁପକାର ଓ ଅମରେଶ ଜେନାଙ୍କୁ ବିରୋଧ କରି ବିଦ୍ରାେହୀ ଆଖ୍ୟା ଦେଇଥିବା ବେଳେ ଆଜି ଅନ୍ୟ କର୍ପୋରେଟର ମାନେ ମିଳିତ ଭାବେ ପୁରୀ ଲୋକନାଥ ଦର୍ଶନ ପାଇଁ ସମସ୍ତେ ବାହାରିଥିବା ଜଣାପଡ଼ିଛି । ପାଖାପାଖି ୨୫ରୁ ୩୦ ବିଜେଡି କର୍ପୋରେଟର୍ସ ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କ ବିରୋଧରେ ମେଳି କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ସେମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବବା କହିଥିଲେ ମଧ୍ୟ ଏଥିରେ କନ୍ଦଳର ଗନ୍ଧ ବାରି ହେଉଛି ।

ଆପଣଙ୍କ ଜଣାଇବା ପାଇଁ କହି ରଖୁଛୁ ଯେ ବିଜେଡିର ବନ୍ଦ ଡାକରାକୁ ନେଇ ଗତ ୨୨ ତାରିଖରେ ଶଙ୍ଖ ଭବନରେ ବୈଠକ ଆୟୋଜିତ କରାଯାଇଥିଲା । ହେଲେ ବୈଠକ ବେଳେ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କର୍ପୋରେଟରମାନେ ତୀବ୍ର ବିରୋଧ କରିଥିଲେ।

Leave a Reply

Your email address will not be published. Required fields are marked *