Pratidin TV

Odisha's Digital News Platform

ବିଡ଼ିଓ ଙ୍କୁ ଆକ୍ରମଣ ଘଟଣା ; ବିରୋଧୀକୁ ଦଣ୍ଡ ଦେବା ପାଇଁ ଥାନା ଘେରାଉ କଲେ ବିଜେଡି ।

1 min read

ପଟ୍ଟାମୁଣ୍ଡାଇ ; ବିଡ଼ିଓ ଆକ୍ରମଣ ଘଟଣା ରେ ପ୍ରତିବାଦ ଓ ଅଭିଯୁକ୍ତ ଙ୍କୁ ଗିରଫ ଦାବି କରି ସରପଞ୍ଚ ଓ ସମିତି ସଭ୍ୟ ଅହରାତ୍ର ଧାରଣା ରେ ତିନି ଦିନ ପଂଚାୟତ ସମିତି ଆଗରେ ଧାରଣା ବସିଥିଲେ । ଯାହା ପାଇଁ ଗତକାଲି ସନ୍ଧ୍ୟା ରେ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଆତ୍ମ ସମର୍ପଣ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ତାକୁ ଜାମିନ ରେ ଛାଡିଦେଇଥିଲେ । ଏନେଇ ଆଜି ଆଜି ସରପଞ୍ଚ, ସମିତିସଭ୍ୟ ସମେତ ଶତାଧିକ ବି ଜେ ଡ଼ି କର୍ମୀ ଥାନା ଆଗରେ ବିକ୍ଷୋଭ କରିବା ସହ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଯାହାପରେ ପୋଲିସ ସହ ବିଜେଡି କର୍ମୀ ଓ ସରପଞ୍ଚ ସମିତି ସଭ୍ୟ ଙ୍କ ର ଧସ୍ତାଧସ୍ତି ଧସ୍ତାଧସ୍ତି ହୋଇଥିଲେ ।

ଘଟଣାଟି ଏମିତି ଥିଲା କି କିଛିଦିନ ତଳେ ପଟ୍ଟାମୁଣ୍ଡାଇ ଅଂଚଳ ର ଜ୍ୟୋତି ପ୍ରକାଶ ପ୍ରଧାନ ନାମକ ଜଣେ ବିଜେପି କର୍ମୀ ପଟ୍ଟମୁଣ୍ଡାଇ ବିଡ଼ିଓ ଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୁକ୍ତ କୁ ଗିରଫ ଦାବିରେ ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ର ସମସ୍ତ ସରପଞ୍ଚ ଓ ସଭ୍ୟ ମାନେ ତିନିଦିନ ଧରି ଧାରଣା ରେ ବସିଥିଲେ ।

Advertisement

ମାତ୍ର ଗତକାଲି ପଟ୍ଟମୁଣ୍ଡାଇ ପୋଲିସ ଅଭିଯୁକ୍ତ ଙ୍କୁ ଥାନା ରେ ନୋଟିସ ବେଲ ଦେଇ ଛାଡି ଦେଇଥିବାରୁ ଆଜି ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ପଟ୍ଟମୁଣ୍ଡାଇ ଥାନା ଘେରାଉ କରିଛନ୍ତି। ପଟ୍ଟମୁଣ୍ଡାଇ ପୋଲିସ ସେମାନଙ୍କୁ ଥାନା ଗେଟ ସାମ୍ନା ରେ ଅଟକାଇବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ସୂଚନା ପାଇ ତିନି ଆଇ ଆଇ ସି ସମେତ ପଟ୍ଟାମୁଣ୍ଡାଇ ଏସ ଡ଼ି ପି ଓ ଘଟଣା ସ୍ଥଳରେ ପହଞ୍ଚି ପରସ୍ଥିତି ଅନୁଧ୍ୟାନ କରିବା ସହ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ଫୋର୍ସ ମୁତୟନ ଅଛନ୍ତି ।

Leave a Reply

Your email address will not be published. Required fields are marked *