Pratidin TV

Odisha's Digital News Platform

୨୦୨୪ ନିର୍ବାଚନରେ ବିଜେଡି କରିବ କ୍ଲିନ୍ ସ୍ୱିପ୍‌…ଏପରି ବିଶ୍ୱାସ ଅଛି ବୋଲି କହିଲେ ଭି.କେ ପାଣ୍ଡିଆନ

1 min read

ଦେଶ ଓ ରାଜ୍ୟରେ ଏବେ ନିର୍ବାଚର ଉଷ୍ମତା | ଆଉ ଚଳିତ ନିର୍ବାଚନର ଭୋଟ ଗ୍ରହଣ ପୂର୍ବରୁ ଓଡିଶା ଆସନର ଫଳାଫଳକୁ ନେଇ ଏକ ବଡ଼ କଥା କହିଛନ୍ତି ୫T ଅଧକ୍ଷ ଭି.କେ ପାଣ୍ଡିଆନ |

ତେବେ ସେ କହିଥିଲେ ଯେ , ୨୦୨୪ରେ ବିଜେଡି କରିବ କ୍ଲିନ୍ ସ୍ୱିପ୍‌ | କେବଳ ଏତିକି ନୁହେଁ ଲୋକସଭାରେ ମଧ୍ୟ ଅଧିକ ଆସନରେ ବିଜେଡି ନିଶ୍ଚୟ ରାଜ କରିବ | ବିଜେପି ତାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ସତ୍ତ୍ୱେ ବିଜେଡି ବହୁ ମାତ୍ରାରେ ଜିତିବ ବୋଲି ଭି.କେ ପାଣ୍ଡିଆନଙ୍କ ବିଶ୍ୱାସ ଅଛି |

Advertisement

ସେ ଆହୁରି କହିଥିଲେ ଗୋଟେ ପଟେ ବିଜେପିର ସିଏମ ଚେହେରା ଅନ୍ୟପଟେ ବୋଡିଶାରେ ନବୀନ ବାବୁ ଥିଲେ ଲୋକେ ନବୀନଙ୍କୁ ହିଁ ଭୋଟ ଦେବେ | ଓଡିଶାବାସୀଙ୍କ ଉପରେ ନବୀନ ବାବୁଙ୍କର ବହୁ ବିଶ୍ୱାସ ଅଛି | ସେମାନେ ତାଙ୍କୁ ନିଶ୍ଚିତ ଅଧିକ ମାତ୍ରାରେ ଭୋଟ ଦେଇ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବେ |

ଭି.କେ ପାଣ୍ଡିଆନ ଏହା ମଧ୍ୟ କହିଥିଲେ ଯେ, ବିଜେପି ଓଡିଶା ବିଧାନସଭା ଆସନରେ ସିଙ୍ଗଲ ଡିଜିଟ ଟପି ପାରିବ ନାହିଁ | ୨0୧୯ ରେ ବିଜେଡି ଲୋକସଭା ଆସନରେ ଅଧିକ ମାତ୍ରାରେ ଭୋଟ ପାଇଥିଲା | ଏବଂ ଏଥର ନିର୍ବାଚନରେ ମଧ୍ୟ ବିଜେଡି କ୍ଲିନ୍ ସ୍ୱିପ୍‌ କରିବ |

Leave a Reply

Your email address will not be published. Required fields are marked *