Pratidin TV

Odisha's Digital News Platform

ଲୋକସଭାରେ ୧୫ ସିଟ୍ ବାଜି ମାରିବ BJD, ମିଛହେବ Exit Poll ଆକଳନ

1 min read

ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ସାଧାରଣ ନିର୍ବାଚନ। ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଦେଶର ୫୪୩ ଲୋକସଭା ଆସନ ସହ ଓଡ଼ିଶା, ଆନ୍ଧ୍ର, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହୋଇଛି। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି |ବିଭିନ୍ନ ମତ ସଂଗ୍ରହ କରୁଥିବା ଏଜେନ୍ସିମାନେ ନିଜର EXIT POLL କୁ ସର୍ବସାଧାରଣ କରିଛନ୍ତି | ତେବେ ଭୋଟିଂ ଶେଷ ହେବା ମାତ୍ରେ ବିଭିନ୍ନ ନ୍ୟୁଜ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ତେବେ ଏହି EXIT POLL ଶତପ୍ରତିଶତ ଠିକ ନୁହେଁ | ଏହା କିଛି ଆକଳନ ଏବଂ କିଛି ଡାଟା ଉପରେ ଆଧାରିତ ରିପୋର୍ଟ |

ଗତକାଲି ଶେଷ ହୋଇଛି ରିପବ୍ଲିକ୍ PMARQ ଅନୁସାରେ, ବିଜେପି ନେତୃତ୍ୱାଧୀନ NDAକୁ ୩୫୯, ଇଣ୍ଡି ମେଣ୍ଟକୁ ୧୫୪ ଓ ଅନ୍ୟ ଖାତାରେ ୩୦ ଆସନ ରହିବ।

ରିପବ୍ଲିକ୍ ମାଟ୍ରିଜ୍ ଆକଳନ ଅନୁଯାୟୀ, NDAକୁ କେନ୍ଦ୍ରରେ ୩୫୩ରୁ ୩୬୮, ଇଣ୍ଡିକୁ ୧୧୮ରୁ ୧୩୩ ଓ ଅନ୍ୟ ଦଳକୁ ୪୩ରୁ ୪୮ ଆସନ ମିଳିବ ନେଇ ସମ୍ଭାବନା ରହିଛି ।

ସେହିପରି ଭାବରେ ଇଣ୍ଡିଆ ନ୍ୟୁଜ୍ ଡି ଡାଇନାମିକ୍ସ ଆକଳନ ଅନୁଯାୟୀ, NDAକୁ ୩୭୧, ଇଣ୍ଡି ମେଣ୍ଟକୁ ୧୨୫ ଓ ଅନ୍ୟ ଖାତାରେ ୪୭ ଆସନ ରହିବ।

Matrize ଆକଳନ ଅନୁସାରେ ଏନଡିଏ ୩୫୩ରୁ ୩୬୮, ଇଣ୍ଡିଆ ୧୧୮ରୁ ୧୩୩ ଓ ଅନ୍ୟାନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ।

ଫୁଲ ଅଫ EXIT POLL ଆକଳନ ଅନୁଯାୟୀ ବିଜେପି ୩୬୫, ଇଣ୍ଡିଆକୁ ୧୪୨ ଓ ଅନ୍ୟ ଦଳକୁ ୩୬ଟି ଆସନ ମିଳିବ |

ଜନ୍‌ କି ବାତ୍‌ ଆକଳନ ଅନୁସାରେ ଲୋକସଭା ଆସନ ପାଇଁ ଓଡ଼ିଶାରେ ବିଜେପିକୁ ୧୫ରୁ ୧୮ ସିଟ୍‌, ବିଜେଡିକୁ ୩ରୁ ୭ ସିଟ୍‌ ଓ କଂଗ୍ରେସକୁ ୧ଟି ସିଟ୍‌ ମିଳିବ।

ଇଣ୍ତିଆ ଟିଭି ଆକଳନ ଅନୁଯାୟୀ ଲୋକସଭା ଆସନ ପାଇଁ ଓଡ଼ିଶାରେ ବିଜେପିକୁ ୧୫ରୁ ୧୭ ସିଟ୍‌, ବିଜେଡିକୁ ୪ରୁ ୬ ସିଟ୍‌ ଓ କଂଗ୍ରେସକୁ ୧ଟି ସିଟ୍‌ ମିଳିବ।

MATRIZର ଏକଜିଟ ପୋଲ ରିପୋର୍ଟରେ ଟିକେ ଅଲଗା ତଥ୍ୟ ରହିଛି। ଏହାର ଆକଳନ କହୁଛି ବିଜେପି ୯ରୁ୧୨ଟି ଆସନ ଜିତିବ। ବିଜେଡି ହାତକୁ ୭ରୁ୧୦ଟି ଆସନ ଯିବ। କଂଗ୍ରେସ ଗୋଟିଏ ଆସନ ଜିତିପାରେ।

ସି-ଭୋଟରର ସର୍ଭେ ଅନୁସାରେ ବିଜେପି ୧୭ରୁ ୧୯ଟି ଆସନ ଜିତିବ। ବିଜେଡିକୁ ମାତ୍ର ଗୋଟିଏରୁ ୩ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନ ପାଇପାରେ।

Leave a Reply

Your email address will not be published. Required fields are marked *