ନିର୍ବାଚନୀ ହିଂସା ; କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡ଼ି କର୍ମୀ ଓ ତାଙ୍କ ପରିବାର ଆହତ ।
1 min readବଲାଙ୍ଗୀର ; ବଲାଙ୍ଗୀର ମାୟାବର୍ହା ଗାଁରେ ନିର୍ବାଚନୀ ହିଂସା ଓ ସଦର ଥାନା ମୟାବର୍ହା ଗାଁରେ ନିର୍ବାଚନ ପୂର୍ବରୁ ବିଜେଡି କର୍ମୀ ଓ ତାଙ୍କ ପରିବାରର ଉପରେ ମରଣାତ୍ମକ ଆକ୍ରମଣ ଅଭିଯୋଗ ଓ ଗାଁର ବିଜେଡି କର୍ମୀ ବିଭୂତି ପଟେଲ ଓ ତାଙ୍କ ପରିବାରକୁ କଂଗ୍ରେସ ଦଳର କିଛି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣରେ ବିଜେଡ଼ି କର୍ମୀ ବିଭୂତି ପଟେଲ ସମେତ ତାଙ୍କ ପରିବାରର ୪ରୁ ଅଧିକ ବ୍ୟକ୍ତି ଆହାତ ହୋଇ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଆକ୍ରମଣ କରିଥିବା କଂଗ୍ରେସ କର୍ମୀ ଭରତ ରାଉତକୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି ।
ଖବର ଅନୁଯାୟୀ ରବିବାର ସନ୍ଧ୍ୟାରେ ସଦର ଥାନା ମାୟାବର୍ହା ଗାଁର କଂଗ୍ରେସ କର୍ମୀ ଭାରତ ରାଉତ ବୁଲେଟରେ କିଛି ଯୁବକ ସହ ଆସି ଧମକ ଦେଇଥିଲେ ଓ ନିର୍ବାଚନ ଥିବାରୁ ବିଭୂତି ନୀରବ ରହିଥିଲେ । ପରବର୍ତ୍ତୀ ସମୟରେ ଗାଁର ଭରତ ରାଉତ ଓ ତାଙ୍କ ପରିବାର ଆସି ବିଭୂତି ଓ ତାଙ୍କ ପରିବାର ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣାରେ ବିଭୂତିଙ୍କ ସହ ତାଙ୍କ ସ୍ତ୍ରୀ ମନିଷା ପଟେଲ, ବାପା ଜଗନ୍ନାଥ ପଟେଲ, ରାମନାଥ ପଟେଲ, ମଧୁ ପଟେଲ,ବିବେକା ପଟେଲ ଓ ସୁରେଖା ପଟେଲ ଆହତ ହୋଇଛନ୍ତି । ବିଭୂତି ବିଜେଡି ଦଳର ଜଣେ କର୍ମୀ ହୋଇଥିବା ବେଳେ ଭରତ କଂଗ୍ରେସ ଦଳର ବୋଲି ଅଭିଯୋଗ ହୋଇଛି । ତେବେ ରାଜନୈତିକ କାରଣରୁ ଏହି ଘଟଣା ଘଟିଥିବା ବିଭୂତି ଅଭିଯୋଗ କରିଛନ୍ତି ।