ପ୍ରତିଶୃତି ଦେଇ ପ୍ରତାରଣା କଲା ବିଜେପି , ବିଜେଡି କରିବ ଜନଜାଗରଣ ଅଭିଯାନ..
1 min readଭତା ବୃଦ୍ଧି ପ୍ରତାରଣା କୁ ନେଇ ବିଜୁଜନତା ଦଳ ପକ୍ଷରୁ ସାରା ଓଡ଼ିଶାରେ ଆରମ୍ଭ ହୋଇଛି ଜନଜାଗରଣ ସମାବେଶ। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶୃତି ଅନୁସାରେ ରାଜ୍ୟ ସରକାର ଆସିଲେ ଭତା ପାଉଥିବା ସମସ୍ତ ହିତାଧିକାରୀ ଙ୍କୁ 3000 ଟଙ୍କା ଭତା ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଜେପି କ୍ଷମତାକୁ ଆସିବା ପରେ କେବଳ 80 ବର୍ଷର ବୃଦ୍ଧ ବୃଦ୍ଧା, ସହିତ ହେଣ୍ଡିକେପ୍ଟ ମାନଙ୍କ ର ଭତା 3500ଟଙ୍କା ଦେବାକୁ ବଜେଟ ରେ ବ୍ୟବସ୍ଥା କରିଛନ୍ତି। ଏହାକୁ ନେଇ ସାରା ରାଜ୍ୟ ରେ ଜନଜାଗରଣ ସମାବେଶ ଆୟୋଜନ କରିଛି ମୁଖ୍ୟ ବିରୋଧି ବିଜୁଜନତା ଦଳ।
ରାଜ୍ଯବାସୀଙ୍କୁ ପ୍ରତାରଣା କରାଯାଇଥିବା ଦାବି କରି 314 ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଜଳେଶ୍ଵର ବଡବଜାର ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବିଧାୟକ ଅଶ୍ବନୀ କୁମାର ପାତ୍ର ଙ୍କ ନେତୃତ୍ବରେ ବାହାରି ବ୍ଲକ ସମ୍ମୁଖରେ ପ୍ରତିବାଦ ସହ ବିକ୍ଷୋଭ କରାଯାଇଛି ଏବଂ ବିଧାୟକ ଙ୍କ ନେତୃତ୍ବରେ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି। ତେବେ ବିଧାୟକ ଶ୍ରୀପାତ୍ର ରାଜ୍ଯରେ 57 ଲକ୍ଷ ଭତା ହିତାଧିକାରୀ ଥିବା ବେଳେ କେବଳ 5 ଲକ୍ଷ ହିତାଧିକାରୀ ଙ୍କୁ 3500 ଟଙ୍କା ଦେବାକୁ ବଜେଟ ରେ ସ୍ଥିରିକୃତ କରାଯାଇଛି। ତେବେ ରାଜ୍ୟ ରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ବିଧାୟକ ସରକାର ଙ୍କ ଉପରେ ଲଦି ଏଡ଼ାଇ ଯାଇଥିଲେ।