Pratidin TV

Odisha's Digital News Platform

ବିଜେଡି ରେ ମିଶିଲେ ବିଜେପି ଓ କଂଗ୍ରେସର ନେତା …

1 min read

ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସାକ୍ଷୀପଡା ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସମ୍ବଲପୁର ମ୍ୟୁନିସିପାଲଟିର ଦୁଇଜଣ ପୂର୍ବତନ କାଉନସିଲର ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । କଂଗ୍ରେସ ଦଳର ବରିଷ୍ଠ ନେତା ତଥା ୩୨ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ରାଜେନ୍ଦ୍ର ଗଡତିଆ ଏବଂ ବିଜେପି ଦଳର ବରିଷ୍ଠ ନେତା ତଥା ୱାର୍ଡ ନମ୍ବର ୧୯ର ପୂର୍ବତନ କାଉନସିଲର ଦିଲୀପ ସାହୁ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ସେମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପମାଲ୍ୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜୁ ଜନତା ଦଳକୁ ସାମିଲ ହୋଇଥିବା କହିଥିଲେ । ପ୍ରଣବ ପ୍ରକାଶଙ୍କ ଭଳି ଜଣେ ଦକ୍ଷ ନେତୃତ୍ୱ ଓ ରୋହିତ ପୂଜାରୀଙ୍କ ଭଳି ମେଳାପୀ ବ୍ୟକ୍ତିଙ୍କ ନେତୃତ୍ୱରେ ସମ୍ବଲପୁର ସହର ଆଗାମୀ ଦିନରେ ବିକାଶ ପଥରେ ଆଗେଇବ । ତେବେ ଏହି ଦୁଇଜଣ ନେତା ବିଜେଡି ଦଳରେ ମିଶିବା କଂଗ୍ରେସ ଓ ବିଜେପି ପାଇଁ ଭାରି ପଡିବ ବୋଲି ଏବେ ଚାରିଆଡେ ଆଲେଚନା ହେଉଛି ।

Advertisement

Leave a Reply

Your email address will not be published. Required fields are marked *