Pratidin TV

Odisha's Digital News Platform

ସୁନୀଲ ବଂଶଲ ହେଲେ ଓଡିଶା ପାଇଁ ନୂଆ ବିଜେପି ପ୍ରଭାରୀ : ଓଡିଶା ସହ ମିଳିଲା ଆଉ ୨ ରାଜ୍ୟର ଦାୟିତ୍ୱ

1 min read

ଭୁବନେଶ୍ୱର : ବଦଳିଲେ ଓଡିଶାର ବିଜେପି ପ୍ରଭାରୀ । ବିଜେପି ନେତା ତଥା ଉତ୍ତରପ୍ରଦେଶର ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି । ପୂର୍ବରୁ ସେ ୨୦୧୪ ଲୋକସଭା ନିର୍ବାଚନରେ ୟୁପିର କୋ ଇନ୍‌ଚାର୍ଜ ରହିଥିଲେ । ତେବେ ସେହି ସମୟରେ ବିଜେପି ୮୦ ଟି ସିଟରୁ ୭୩ ଟି ସିଟ୍ ଜିତି ରେକର୍ଡ ସୃଷ୍ଟି କରିଥିଲା । ଫଳରେ ସୁନୀଲଙ୍କୁ ୟୁପି ବିଜେପିର ଗୁରୁଦାୟିତ୍ୱ ଦିଆଯାଇଥିଲା । ଏହାପରେ ସେ ୨୦୧୭-୧୯ ଏବଂ ୨୦୨୨ ଉତ୍ତରପ୍ରଦେଶର ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ପାଇଁ କାମ କରି ଖୁବ ଚର୍ଚ୍ଚାକୁ ଆସିଥିଲେ ।


ତେବେ ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ସୂଚନା ଅନୁଯାୟୀ ସୁନୀଲ ବଂଶଲଙ୍କୁ ଆଜି ସାଧାରଣ ସଂପାଦକ ନିଯୁକ୍ତି ସହ ଆଉ ୩ ରାଜ୍ୟ ବିଜେପି ପ୍ରଭାରୀ ନିଯୁକ୍ତି କରାଯାଇଛି । ସୁନୀଲଙ୍କୁ ଓଡିଶା ସହ ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ଦାୟିତ୍ୱ ମିଳିଛି ।ସେହିପରି ୨୦୨୪ର ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ପଦେକ୍ଷପ ନେଇଛି ।

Advertisement

Leave a Reply

Your email address will not be published. Required fields are marked *