Pratidin TV

Odisha's Digital News Platform

ବିପଦରେ ବିଜେପି ପ୍ରାର୍ଥୀ, ଜୀବନରୁ ମାରିଦେବାକୁ ଆସିଲା ଧମକ …

1 min read

ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ଜୀବନରୁ ମାରିଦେବାକୁ ଆସିଲା ଧମକ । ଥାନାରେ ଦ୍ୱାରସ୍ଥ ହେଲେ ପ୍ରାର୍ଥୀ । ସୂଚନାନୁଯାୟୀ ବିଜେପି ପକ୍ଷରୁ ଉଦଳା ଆସନ ପାଇଁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଭାସ୍କର ମଢେଇ । ହେଲେ ଏବେ ତାଙ୍କ ଟିକେଟ କାଟିବା ପାଇଁ ଏବଂ ରାଜନୈତିକ କ୍ୟାରିଆର ଶେଷ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କର ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଧାୟକ ପ୍ରାର୍ଥୀ । କିଛି ବ୍ୟକ୍ତି ପୂର୍ବ କାମର ହିସାବ କରିବା ନିମନ୍ତେ ଭାସ୍କର ମଢେଇଙ୍କୁ ତାଙ୍କ ଘରକୁ ଡାକି ଘର ଭିତରେ ୮ ରୁ ୧୦ ଜଣ ମିଶି ମିଳିତ ଭାବେ ଭାସ୍କର ମଢେଇଙ୍କ ନିକଟରୁ ଜୋରଜବରଦସ୍ତ ଚେକରେ ୨୦ ଲକ୍ଷ ଟଙ୍କା ନେବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏପରିକି ତାଙ୍କୁ ଘର ଭିତରେ ସମସ୍ତେ ମିଳିତ ଭାବେ ଅଶାଳୀନ ଭାଷା ଏବଂ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଭାସ୍କର ମଢେଇ ।

କେବଳ ସେତିକି ନୁହେଁ ଭାସ୍କର ମଢେଇଙ୍କ ରାଜନୈତିକ କ୍ୟାରିଆର ଶେଷ କରିବା ଉଦ୍ଦେଶ୍ୟରେ ସେହି ଗାଳିଗୁଲଜର ଭିଡିଓକୁ ସୋସିଆଲ ମିଡିଆରେ ଏକ ଆକାଉଂଟ ଭାଇରାଲ କରାଯାଇଛି । ଭାସ୍କର ମଢେଇଙ୍କ ଟିକେଟ କାଟି ଅନ୍ୟ କାହାକୁ ଟିକେଟ ଦେବା ଏବଂ ଭାସ୍କର ମଢେଇ ନିର୍ବାଚନମଣ୍ଡଳୀରେ ଆଗରେ ରହିଥିବା କାରଣରୁ ଏହା ରାଜନୈତିକ ଷଡଯନ୍ତ୍ର କହି ଅଭିଯୋଗ କରିଛନ୍ତି । ଏହା ସହିତ ଏହି ଅଭିଯୋଗ ସେ ଇଲେକ୍ସନ କମିଶନଙ୍କ ନିକଟରେ ମଧ୍ୟ କରିଥିବା କହିଛନ୍ତି । କେବଳ ଭାସ୍କର ମଢେଇ ନୁହେଁ ଜାତିଆଣ ଆକ୍ଷେପ କରିବା ସହିତ ବିଧାୟକଙ୍କୁ ଗାଳିଗୁଲଜ କରିବା ସହିତ ସମ୍ମାନହାନି କରାଯାଇଥିବାରୁ ବାଥୁଡି ସାଂସ୍କୃତିକ ସମାଜ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *