Pratidin TV

Odisha's Digital News Platform

ଭୋଟ୍‌ ଗ୍ରହଣ ପରେ ବିଜେପି ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ପରଲୋକ…

1 min read

ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଥିଲେ ପାର୍ଥୀ | ଖରାକୁ ଖାତିର ନ କରି ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ | ଆଉ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଲା କିନ୍ତୁ ଫଳାଫଳ ଆସିବା ପୂର୍ବରୁ ଆଖି ବୁଜିଲେ ବିଜେପି ସାଂସଦ ପାର୍ଥୀ କୁଅଁର ସର୍ବେଶ ସିଂହ |

ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନ ପାଇଁ ବରିଷ୍ଠ ବିଜେପି ନେତା କୁଅଁର ସର୍ବେଶ କୁମାର ସିଂହ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ | ଦୀର୍ଘ ଦିନ ହେବ ସେ ଥିଲେ ଅସୁସ୍ଥ | ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ହୋଇଛି ମୃତ୍ୟୁ | ୭୨ ବର୍ଷ ବୟସରେ ଆଖି ବୁଜିଛନ୍ତି ବରିଷ୍ଠ ବିଜେପି ସାଂସଦ ପାର୍ଥୀ | ସେ ୫ ଥର ବିଜେପି ଟିକେଟରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କର ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ଦୁଃଖ ପ୍ରକାଶ | ଏହା ସସହ କହିଥିଲେ ଏହା ଦଳ ପାଇଁ ଏକ ଅପୂରଣୀୟ କ୍ଷତି |

Advertisement

କୁଅଁର ସର୍ବେଶ ସିଂହ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀ ତଥା ବିଜେପିରେ ଜଣେ ଟାଣୁଆ ନେତା ଥିଲେ | ସାଂସଦ ହେବା ପୂର୍ବରୁ ସେ ୫ ଥର ଠାକୁରୱାଡା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ | ହେଲେ ଝାଳବୁହା ପ୍ରଚାର କରିବା ପରେ ହାର ଜିତ ଜାଣିବା ଆଗରୁ ଆଖିବୁଜି ଦେଲେ ବିଜେପି ସାଂସଦ ପାର୍ଥୀ କୁଅଁର ସର୍ବେଶ ସିଂହ |

Leave a Reply

Your email address will not be published. Required fields are marked *