Pratidin TV

Odisha's Digital News Platform

‘୨୩୦ରୁ ଅଧିକ ଆସନ ଜିତିବ ପାରିବ ନାହିଁ ବିଜେପି’- କହିଲେ କେଜ୍ରିୱାଲ

1 min read

କେଜ୍ରିୱାଲ କଲେ ଦାବି ଚଳିତ ଲୋକସଭା ନିର୍ବାଚନରେ ବିଜେପି ପାଇପାରିବେ ନାହିଁ ୨୩୦ରୁ ଅଧିକ ଆସନ | ଦୀର୍ଘ ୫୦ ଦିନ ପରେ ମଧ୍ୟବର୍ତ୍ତିକାଳୀନ ଜାମିନରେ ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ତେବେ ମେ ୧0 ତାରିଖ ଦିନ ଜେଲରୁ ବାହାରିଛନ୍ତି କେଜ୍ରିୱାଲ | ତେବେ ମେ ୧୧ ତାରିଖ ଦିନ ସେ ପ୍ରଥମେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦିଲ୍ଲୀରେ ଆପ୍‌ର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜିତ କରିଛନ୍ତି | ତେବେ ଏହି ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରି କରିଛନ୍ତି କିଛି ଦାବି |

ତେବେ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଥିଲେ, ଗତ ୨0 ଘଣ୍ଟା ମଧ୍ୟରେ ମୁଁ ନିର୍ବାଚନ ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ | ମୋର ନିଜସ୍ୱ ମୂଲ୍ୟାଙ୍କନ ହେଉଛି ଜୁନ୍ ୧ ମଧ୍ୟରେ ସେମାନଙ୍କର (ବିଜେପି) ସରକାର ଗଠନ ହେବ ନାହିଁ। ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, ବଙ୍ଗଳା, ୟୁପି ଏବଂ ଝାଡଖଣ୍ଡରେ ଆସନ ହ୍ରାସ ପାଉଛି। ଏହା କେଉଁଠାରେ ବଢୁଛି ? କୌଣସି ସ୍ଥାନରେ ଆସନ ବୃଦ୍ଧି ହେଉନାହିଁ |

Advertisement

ସେଅହୁରି କହିଥିଲେ ଯେ, ବିଜେପି ମିଳିତ ସରକାର ଗଠନ ହେବ ନାହିଁ। ଅନେକ ରାଜ୍ୟରେ ବିଜେପିର ଆସନ ହ୍ରାସ ହେବାକୁ ଯାଉଛି ବୋଲି ସିଏମ କେଜ୍ରିୱାଲ କହିଛନ୍ତି। ଦଳ ୨୨0 ରୁ ୨୩0 ଟି ଆସନରୁ ଅଧିକ ଆସନ ପାଇପାରିବ ନାହିଁ । ଜୁନ୍ ୪ରେ ମୋଦି ସରକାର ଗଠନ ହେବ ନାହିଁ।

ସେ ଆହୁରି କହିଥିଲେ, ଇଣ୍ଡି ମେଣ୍ଟ ନିର୍ବାଚନ ଜିତିବ ଏବଂ କେନ୍ଦ୍ରର ସରକାରର ଅଂଶ ବିଶେଷ ହେବ ଆପ୍‌। କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର କଲେ ଦିଲ୍ଲୀକୁ ରାଜ୍ୟ ମାନ୍ୟତା ମିଳିବ।

Leave a Reply

Your email address will not be published. Required fields are marked *