Pratidin TV

Odisha's Digital News Platform

ଦିଲ୍ଲୀ ଜଳମଗ୍ନ ରାସ୍ତାରେ ଡଙ୍ଗା ଧରି ବୁଲିଲେ ବିଜେପି କାଉନସିଲର ରବିନ୍ଦ୍ର ସିଂ ନେଗି

1 min read

ଲଗାଣ ବର୍ଷା ଏବେ ଜଳମଗ୍ନ ହୋଇ ଉଠିଛି ରାଜଧାନୀ | ରାସ୍ତରେ ବସ, କାର, ବାଇକ, ଚଳାଚଳ ଏକପ୍ରକାର ଠପ ହୋଇଯାଇଥିବା ବେଳେ ସବୁଠି ଜଳମଗ୍ନ | ଟ୍ରାଫିକରେ ପାଣି ଜମିବ ଯୋଗୁଁ ଟ୍ରାଫିକ ଯାମ ହେବା, ଗଛ ପଡ଼ିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି | ପାଣି ଜମି ରହିଥିବା କାରଣରୁ ୨ ଚକିଆ ୪ ଚକିଆ ଯାନ, ଏବଂ ବସ ଆଦି ପ୍ରଭାବିତ ହୋଇଛି | ଅନେକ ସ୍ଥାନରେ ସାଇକେଲରେ ଲୋକେ ଯିବା ଆସିବା କରିବାର ଦେଖିବାକୁ ମିଳିଥିବା ବେଳେ ବିଜେପି ନେତା ତଥା କାଉନସେଲର ରବୀନ୍ଦ୍ର ସିଂ ନେଗି ଦିଲ୍ଲୀ ରାସ୍ତାରେ ଡଙ୍ଗା ଚଳାଇ ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି |

ବିଜେପି ନେତା ତଥା କାଉନସେଲର ରବୀନ୍ଦ୍ର ସିଂ ନେଗି ସରକାରଙ୍କ ବିରୋଧରେ ପ୍ରତିବାଦ କରି କହିଛନ୍ତି, PWD ଡ୍ରେନର ପାଣି ଓଭରଫ୍ଲୋ ଯୋଗୁଁ ପାଣି ଜମିଛି | ମୌସୁମୀ ପୂର୍ବରୁ ସରକାର ଏହାକୁ ସଫା କରିନାହାନ୍ତି | ଯେଉଁ କାରଣ ଯୋଗୁଁ ଜନସାଧାରଣ ଅସୁଵିହାର ସମ୍ମୁଖୀନ ହୋଇଛନ୍ତି |

Advertisement

ତେବେ ଅନ୍ୟପଟେ ପ୍ରବଳ ବର୍ଷା ପବନ ଯୋଗୁଁ ଭୁଶୁଡି ପଡିଛି ଦିଲ୍ଲୀ ବିମାନ ବନ୍ଦର ଛାତ | ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ୧ର ଚାଟି ଭୁଶୁଡି ପଡିବା କାରଣରୁ ଯାନବାହାନର ଯାତାୟାତ ଠପ ହୋଇଯାଇଛି | ତେବେ ଏହି ଅଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଉର୍ଦ୍ଧ୍ବ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି |

Leave a Reply

Your email address will not be published. Required fields are marked *