Pratidin TV

Odisha's Digital News Platform

ଚଣ୍ଡୀଗଡ଼ରୁ ଅଭିନେତ୍ରୀ କିରନ୍ ଖେରଙ୍କ କଟିଲା ଟିକେଟ୍

ଅଭିନେତ୍ରୀ ତଥା ଚଣ୍ଡିଗଡ ସାଂସଦ କିରଣ ଖେର୍‌ଙ୍କୁ ଲାଗିଲା ବଡ ଝଟକା | ଚଳିତ ବର୍ଷ ନିର୍ବାଚନରେ କାଟିଲା ସାଂସଦ କିରଣ ଖେର୍‌ଙ୍କ ଟିକେଟ୍‌ । ବିଜେପିରା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ କୁ ସ୍ଥାନ ଦେଇନାହିଁ । ବିଜେପି ତା’ର ପାର୍ଥୀ ତାଲିକାରେ କୀରଙ୍କ ନାଁ କାଟିଦେଇଛି | ଲୋକସଭା ନିର୍ବାଚନ ପାଇଁ ବିଜେପି ତା’ର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଜଣଙ୍କ ନାଁ ରହିଥିବା ବେଳେ କିରଣଙ୍କ ନାଁ କାଟି ଦିଆଯାଇଛି |

ତେବେ ଏହି ତାଲିକାରେ ଉତ୍ତରପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଣ୍ଡିଗଡ଼ରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା କିରଣ ଖେରଙ୍କ ଟିକେଟ୍‌ କାଟିଦେଇଛି ଦଳ। ତାଙ୍କ ସ୍ଥାନରେ ସଞ୍ଜୟ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି। ୨୦୧୪ ଏବଂ ୨୦୧୯ରେ ୨ ଥର ଲୋକ ସଭା ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ କିରଣ ଖେର ଜିତିଥିଲେ। ତେବେ ଚଳିତ ବର୍ଷ ତାଙ୍କ ଉପରେ ଭରସା କରିନି ବିଜେପି | ଏବଂ ତାଙ୍କ ନାଁ ପାର୍ଥୀ ତାଲିକାରୁ ବାଦ ପଡିଛି |

Leave a Reply

Your email address will not be published. Required fields are marked *