Pratidin TV

Odisha's Digital News Platform

ବିଜେପି ଫୋକସରେ ଓଡ଼ିଶା……ଆସୁଛନ୍ତି ହେଭିୱେଟ ନେତା

ଓଡିଶା ମୁହାଁ ବିଜେପି ହେଭିୱେଟ ନେତା | ଓଡିଶାକୁ ଫୋକସ କରୁଛନ୍ତି ବିଜେପି ଦଳ | ଗ୍ରୀଷ୍ମ ଋତୁର ତାତିରେ ଓଡ଼ିଶାରେ ନିର୍ବାଚନ ତାତି ଅଧିକ ବଢ଼ାଇ ଦେଇଛନ୍ତି ବିଜେପି | ତେବେ ବିଜେପିର ବଡ ବଡ ହେଭିୱେଟ ନେତା ଆସୁଛନ୍ତି ଓଡିଶା |

ଆଜି (ବୁଧବାର) ଆସି ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ | ସେ ଭବାନୀପାଟଣା ଓ ରାୟଗଡାରେ ବିଜେପି ପାର୍ଥୀଙ୍କ ଲାଗି ପ୍ରଚାର କରିବେ | ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ସାଏ ମଧ୍ୟ ଆଜି ଆସୁଛନ୍ତି |

ସେହିପରି ଆଜି (ବୁଧବାର) ଏବଂ ଗୁରୁବାର ୨ ଦିନ ଧରି ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ସାଏ | କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ମଧ୍ୟ (ମେ ୯ ) ଗୁରୁବାର ଦିନ ଆଦି ପହଞ୍ଚିବେ | ସେ ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସଂମ୍ବଧନା କରିବେ | ସେହି ଗୁରୁବାର ଦିନ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିସ୍ୱାଶର୍ମା ମଧ୍ୟ ଆସିବେ | ସେ ମାଲକାନଗିରି, ଚିତ୍ରକୋଣ୍ଡା ଏବଂ ଖଲ୍ଲିକୋଟରେ ବିଜେପି ପାର୍ଥୀଙ୍କ ପାଇଁ ପ୍ରଚାର କରିବେ | ଗତ ୧0 ତାରିଖ ଦିନ ପୁଣି ଓଡିଶା ଆସିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି | ଆଗକୁ ହେମା ମାଳିନୀ ମଧ୍ୟ ଆସୁଛନ୍ତି |

Leave a Reply

Your email address will not be published. Required fields are marked *