Pratidin TV

Odisha's Digital News Platform

ସୋରରେ ବଦଳିଲେ ବିଜେପି ପ୍ରାର୍ଥୀ , ରାଜେନ୍ଦ୍ର ଦାସଙ୍କ ବଦଳରେ ପର୍ଶୁରାମ ଧଡ୍ଡାଙ୍କୁ ମିଳିଲା ଟିକେଟ..

1 min read

ନିର୍ବାଚନ ଭିତରେ ଆସିଲା ବଡ ଖବର  । ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରିଲା ବିଜେପି  । ବଦଳିଲେ ରାଜେନ୍ଦ୍ର ଦାସ , ବିଜେପି ର ପ୍ରାର୍ଥୀ ହେଲେ ପର୍ଶୁରାମ ଧଡ୍ଡା । ପୂର୍ବରୁ ଏହି ଆସନପାଇଁ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି। ଦଳ ପର୍ଶୁରାମ ଧଡ୍ଡାଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ସୋର ବିଧାୟକ ପର୍ଶୁରାମ ଧଡ୍ଡା କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। । ତେବେ ପୂର୍ବରୁ ସେ ଆସନରୁ ଧାମନଗରର ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି ।

ସୂଚନାଯୋଗ୍ୟ, ୨୦୧୪ରେ ବିଜେଡିରୁ ବିଧାୟକ ଭାବେ ପର୍ଶୁରାମ ଧଡା ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ୨୦୨୪ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା। ଯେଉଁଥିପାଇଁ ଧଡା ବିଜେଡିରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ପ୍ରାର୍ଥୀ ବଦଳାଇ ବିଜେପି ତାଙ୍କୁ ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଛି  ।

Advertisement

Leave a Reply

Your email address will not be published. Required fields are marked *