Pratidin TV

Odisha's Digital News Platform

ଆସିନି ନିର୍ବାଚନ ଫଳା ଫଳ , ହେଲେ ବିଜୟ ଉତ୍ସବର ପ୍ରସ୍ତୁତି କଲେଣି ମୋଦି ..

1 min read

ଅବକି ବାର ୪୦୦ ପାର୍ , ନାରା ଦେଉଥିବା ବିଜେପି ଏବେ ଏକଜିଟ୍ ପୋଲର ଆକଳନ ଦେଖି ଏବେ ଦଳର ଆତ୍ମବିଶ୍ୱାସ ଆହୁରି ବଢିଯାଇଛି । ଜୁନ୪ରେ ବହୁମତ ହାସଲ କରିବାର ସମ୍ଭାବନା ଦେଖି ବିଜେପି ଏବେଠୁ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି । ଏକଜିଟ ପୋଲ ଫଳାଫଳ ଦେଖି ଦଳ ବର୍ତ୍ତମାନ ଏକ ବଡ ଉତ୍ସବ ପାଇଁ ପ୍ରସ୍ତୁତ ହେବାକୁ ଯୋଜନା କରୁଛି । ବିଶ୍ୱାସ କରାଯାଏ ଯେ ଯଦି ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭା ନିର୍ବାଚନରେ ଜିତନ୍ତି ତେବେ ଏକ ଗ୍ରାଣ୍ଡ ରୋଡ ଶୋ’ ହେବ । ସୂତ୍ରରୁ ପ୍ରକାଶ ଯେ ମୋଦିଙ୍କ ଏହି ଗ୍ରାଣ୍ଡ ରୋଡ ଶୋ ଲୋକ କଲ୍ୟାଣ ମାର୍ଗରୁ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨-୩ ଲକ୍ଷ ଲୋକଙ୍କ ସହ ଅନୁଷ୍ଠିତ ହେବ । ବିଶେଷ ସୂତ୍ରରୁ ପ୍ରକାଶ ଯେ, ଫଳାଫଳ ସପକ୍ଷରେ ରହିଲେ ଏକ ବଡ଼ ଉତ୍ସବ ପାଳନ କରାଯିବ ।

ଏ ସମ୍ପର୍କରେ ବିଜେପିର ନେତାମାନେ ମଧ୍ୟ ଭାରତ ମଣ୍ଡପମ, ଯଶୋ ଭୂମି ଏବଂ ଦତ୍ତ ପଥ ଭଳି ସ୍ଥାନରେ ମତାମତ ନେଉଛନ୍ତି । ମୋଦି ସରକାରଙ୍କ ଶପଥ ଗ୍ରହଣ ପରେ ଏହି ସ୍ଥାନଗୁଡିକ ବଡ ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ଏହାର ଅର୍ଥ ହେଉଛି ମୋଦି ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ସେହି ଦିନ ଏହି ଗ୍ରାଣ୍ଡ ରୋଡ ଶୋ’ ଅନୁଷ୍ଠିତ ହେବ । ତେବେ ଅନ୍ତିମ ସ୍ଥାନ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ସୂଚନାଯୋଗ୍ୟ, ଏକଜିଟ ପୋଲ ଫଳାଫଳରେ ପୁଣି ଥରେ ମୋଦି ସରକାରଙ୍କ ପୂର୍ବାନୁମାନ କରାଯାଇଛି । ଏଥିସହିତ ରାଷ୍ଟ୍ରୀୟ ଭବନରେ ଶପଥ ଗ୍ରହଣ ସମାରୋହ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । କେଉଁ ସ୍ଥାନରେ ପ୍ରକୃତରେ ଉତ୍ସବ ପାଳନ କରାଯିବ ତାହା ଚୂଡାନ୍ତି ହୋଇନଥିବା ବେଳେ ନେତାଙ୍କ ମଧ୍ୟରେ ଉତ୍ସାହ ପ୍ରବଳ ଦେଖିବାକୁ ମିଳିଲାଣି । ସେହିପରି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ସୂଚନା ମିଳିଛି । ହେଲେ ଆସନ୍ତା ୪ ତାରିଖରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଲେ ସବୁ କିଛି ପରିଷ୍କାର ହୋଇଯିବ ।

Advertisement

Leave a Reply

Your email address will not be published. Required fields are marked *