Pratidin TV

Odisha's Digital News Platform

ବିଜେଡି ରେ ମିଶିଲେ ବିଜେପି ଦଳର ବରିଷ୍ଠ ନେତା ..

ଆଜି ଶନିବାର ସନ୍ଧ୍ୟା ୫.୩୦ ସମୟରେ ମାନ୍ୟବର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସାଖିପଡ଼ା ସ୍ଥିତ ଆବାସିକ କାର୍ଯ୍ୟାଳୟରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଆଦର୍ଶରେ ଅନୁପ୍ରାଣୀତ ହୋଇ । ବିଜେପି ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ୨୨ ନମ୍ୱର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀଯୁକ୍ତ ଲକ୍ଷ୍ମୀ ଦତ୍ତ ତରିଆ, ବରିଷ୍ଠ ନେତା ତଥା ୱାର୍ଡ ନମ୍ବର ୧୫ ର ପୂର୍ବତନ କାଉନସିଲର ଶ୍ରୀଯୁକ୍ତ ବଳରାମ ସାହୁଙ୍କ ସମେତ ୨୨ ନମ୍ବର ୱାର୍ଡର ବହୁ ମହିଳା ନେତ୍ରୀ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ଅବସରରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପମାଲ୍ୟ ଦେଇ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳକୁ ସ୍ବାଗତ କରିଥିଲେ।

Leave a Reply

Your email address will not be published. Required fields are marked *