Pratidin TV

Odisha's Digital News Platform

ବିଜେପିର ଟାଣୁଆ ନେତା ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର୍‌ ଲଢ଼ିବେନି ନିର୍ବାଚନ…ସୋସିଆଲ ମିଡିଆରେ ଜଣାଇଲେ

1 min read

ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ କ୍ୟାନସର | ସେ ନିଜେ ସୋସିଆଲ ମିଡ଼ିଆରେ ନିଜ ରୋଗ ବିଷୟରେ ଜଣାଇଛନ୍ତି | ଦୀର୍ଘ ୬ ମାସ ହେଲା କର୍କଟ ରୋଗରେ ସଂଘର୍ଷ କରୁଛନ୍ତି ସୁଶୀଲ | ତେଣୁ ସେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ |

ବିଜେପି ନେତା ବ୍ୟକ୍ତିଗତ ଭାବେ X ରେ ତାଙ୍କ ଅସୁସ୍ଥତା ବିଷୟରେ କହିଥିଲେ | ସେ କହିଛନ୍ତି ଯେ ଗତ ୬ ମାସ ଧରି ସେ କର୍କଟ ରରୋଗରେ ପୀଡିତ ଅଛନ୍ତି | ସେ ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦେଇଥିଲେ | ସେ X ରେ କହିଛନ୍ତି, ମୁ ଗତ ୬ ମାସ ଧରି କର୍କଟ ରୋଗରେ ସଂଘର୍ଷ କରୁଛି | ବର୍ତ୍ତମାନ ମୁଁ ଅନୁଭବ କଲି ଯେ ଲୋକମାନଙ୍କୁ କହିବାର ଆସିଯାଇଛି ସମୟ | ଲୋକସଭା ନିର୍ବାଚନରେ ମନୁଁ କିଛି କରିପାରିବି ନାହିଁ | ସବୁକିଛି ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଛି | ଦେଶ, ବିହାର ଏବଂ ଦଳ ପାଇଁ ସର୍ବଦା ସମର୍ପିତ |

Advertisement

ବିହାର ବିଜେପିର ଟାଣୁଆ ନେତା ଭାବେ ବେଶ୍‌ ଜଣାଶୁଣା ସୁଶୀଲ ମୋଦି। ବିହାରର ଡେପୁଟି ସିଏମ୍ ହେବା ବ୍ୟତୀତ ସୁଶୀଲ କୁମାର ମୋଦି ରାଜ୍ୟସଭା ସାଂସଦ ମଧ୍ୟ ରହି ସାରିଛନ୍ତି। ତେବେ ଚଳିତ ବର୍ଷ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇ ନାହିଁ। ୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ଟି ଗୃହର ସଦସ୍ୟ ରହି ସାରିଛନ୍ତି। ୫ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।

Leave a Reply

Your email address will not be published. Required fields are marked *