ମହାରାଷ୍ଟ୍ର ନିର୍ବାଚନର ହାଇଡ୍ରାମା , ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା..
1 min readରାତି ପାହିଲେ ମହାରାଷ୍ଟ୍ର ରେ ହେବାକୁ ଯାଉଛି ନିର୍ବାଚନ। ୨୮୮ଟି ଆସନପାଇଁ ହେବ ମତଦାନ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ହେଲେ ଏବେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା । ପାଲଘରର ବିରାର ପାଖରେ ଥିବା ଏକ ହୋଟେଲରେ ଭାରତୀୟ ଜନତା ପାର୍ଟି ଓ ବହୁୁଜନ ବିକାସ ଅଘାଡ଼ି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବିଜେପି ମହାସଚିବ ବିନୋଦ ତାଓ୍ବେଡଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଜେପି କର୍ମୀ ଏକ ବ୍ୟାଗରୁ ନଗଦ ଟଙ୍କା ନେଉଥିବାବେଳେ ତାୱଡେ କିଛି ଦୂରରେ ବସିଛନ୍ତି। ସେମାନେ ତାଙ୍କ ସହ ଫଟୋ ଏବଂ ଭିଡିଓ ଶୁଟ୍ କରିବାକୁ ଆସୁ ଥିବାବେଳେ ବ୍ୟାଗଟି ତାଙ୍କର ନୁହେଁ ବୋଲି ତାୱେଡେ କହୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଭିଡିଓ ଭାଇରାଲ୍ ହେବା ସତ୍ତ୍ୱେ ଏସବୁ ଅଭିଯୋଗକୁ ତାୱଡେ ଖଣ୍ଡନ କରୁଥିବା ବେଳେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।