ବାଲେଶ୍ଵର ଲୋକସଭା ଗଣତିରେ ପ୍ରତାପ ଷଡ଼ଙ୍ଗୀ ଆଗୁଆ
1 min readବାଲେଶ୍ୱର ଲୋକସଭା ନିର୍ବାଚନର ସାମ୍ନାକୁ ଆସୁଛି ଫଳାଫଳ | ଏବଂ ଯେଉଁଥିରେ ଆଗରେ ଅଛନ୍ତି ବିଜେଡି ପାର୍ଥୀନି ଲେଖାଶ୍ରୀ ସାମନ୍ତସିଂହାର | ତେବେ କଂଗ୍ରେସ ପାର୍ଥୀ ଶ୍ରୀକାନ୍ତ ଜେନା ୧୮୬୮ ଭୋଟ ପାଇଥିବା ବେଳେ ଲେଖାଶ୍ରୀ ପାଇଛନ୍ତି ୨୨୫୫ ଭୋଟ | ସେହିପରି ଭାବରେ ବିଜେପି ପାର୍ଥୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ୧୮୫୨ ଖଣ୍ଡ ଭୋଟ ପାଇଛନ୍ତି |
ତେବେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର ୩୮୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି | ଏହାପୂର୍ବରୁ ବାଲେଶ୍ୱରର ନୀଳଗିରିରେ ଖୋଲିଥିଲା EVM | ଯେଉଁଥିରେ ବିଜେପି ପାର୍ଥୀ ପ୍ରତାପଚନ୍ଦ୍ରଙ୍କୁ ମିଳିଥିଲା ୫୭0୮ ଭୋଟ | ସେହିପରି ବିଜେଡି ୪00୬ ଖଣ୍ଡ ଭୋଟ ପାଇଥିବା ସମୟରେ କଂଗ୍ରେସ ପାର୍ଥୀ ଶ୍ରୀକାନ୍ତ ପାଇଥିଲେ ୮୪୩ ଖଣ୍ଡ ଭୋଟ | ଯେଉଁଥିରେ ବିଜେପି ପାର୍ଥୀ ପ୍ରତାପ ଷଡ଼ଙ୍ଗୀ ଆଗୁଆ ରହିଥିଲେ |
ତେବେ ବର୍ତ୍ତମାନ ମୋଟା ଭୋଟ ଗଣତି ଦେଖିବାକୁ ଗଲେ ବିଜେଡି ପାର୍ଥୀନି ଲେଖାଶ୍ରୀ ସାମନ୍ତସିଂହାର ୬୨୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପାର୍ଥୀ ପ୍ରତାପଚନ୍ଦ୍ର ପାଇଛନ୍ତି ୭୫୬0 ଖଣ୍ଡ ଭୋଟ ଏବଂ କଂଗ୍ରେସ ପାର୍ଥୀ ଶ୍ରୀକାନ୍ତ ଜେନା ପାଇଛନ୍ତି ୨୭୧୧ ଖଣ୍ଡ ଭୋଟ ଲୋକସଭା ଭୋଟ ମିଳିଛି |