ଉତ୍ତରପ୍ରଦେଶରେ ହାରିଲା BJP, ଯୋଗୀ ବ୍ରାଣ୍ଡ ଉପରେ ଏବେ କେମିତି ପଡ଼ିବ ପ୍ରଭାବ ?
1 min readପ୍ରକାଶ ପାଇସାରିଛି ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ । ଭାରତର ଅଧିକାଂଶ ରାଜ୍ୟରେ ବିଜେପି ବିଜୟ ହାସଲ କରିଛି। କିନ୍ତୁ ଉତ୍ତରପ୍ରଦେଶରେ ବିଜେପିକୁ ନିରାଶ ହେବାକୁ ପଡ଼ିଛି ।
ତେବେ ପୂର୍ବ ସୂଚନା ଅନୁଯାୟୀ ୨୦୨୨ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥଙ୍କୁ ଏକ ବଡ଼ ବିଜୟ ମିଳିଥିଲା । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ଏକ ବଡ଼ ଧକ୍କା ଲାଗିଛି। ତେବେ ଉତ୍ତରପ୍ରଦେଶରେ ହାରିବା ପରେ ଯୋଗୀଙ୍କ ଉପରେ କିପରି ପ୍ରଭାବ ପଡ଼ିବ ସେ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଯୋଗୀ ଆଦିତ୍ୟନାଥ ।
୨୦୨୨ ବିଜୟ ପରେ ରାଜ୍ୟରେ ମାଫିଆ ଏବଂ ଆଇନ ଶୃଙ୍ଖଳା ପରି କାର୍ଯ୍ୟାନୁଷ୍ଠାନ ନେଇ ଯୋଗୀ ଭଲ କାର୍ଯ୍ୟ କରିବା ପାଇଁ ଜନତା ତାଙ୍କୁ ଭୋଟ ଦେଇ ଜିତେଇଥିଲେ । କିନ୍ତୁ ଏଥର ନିର୍ବାଚନ ଫଳାଫଳ ଲୋକଙ୍କୁ ଆଶ୍ଚର୍ୟ୍ଯ କରିଛି । ତେବେ ଏଭଳି ପରିସ୍ଥିତିରେ ଯୋଗୀ ବ୍ରାଣ୍ଡ ଉପରେ କିପରି ପ୍ରଭାବ ପକାଇବ ତାହା ଉପରେ ସମସ୍ତଙ୍କ ନଜର ।
ତେବେ ଗତ କିଛି ମାସ ଧରି ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନା ନିଆଯାଉଥିଲା । ଯୋଗୀ ଆଉ ମୋଦୀ ୨ଜୁନ ମିଶ୍ରଣ ଭାବେ ସ୍ଲୋଗାନ ଦେଇ ଆସୁଥିଲେ । କିନ୍ତୁ ଫଳାଫଳ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଦେଇଛି । ତେବେ ୟୁପିରେ ଯୋଗୀ ବ୍ରାଣ୍ଡ ହଟିବ ବୋଲି ଚର୍ଚ୍ଚା ଧରିଛି।