Pratidin TV

Odisha's Digital News Platform

ବିଜେପି ବିଧାୟକ ଭବ୍ୟ ବିଶ୍ନୋଇ- ଆଇଏସ୍ ପରୀଙ୍କ ହେବ ଭବ୍ୟ ବିବାହ , ସାମିଲ ହେଲେ ୩ ଲକ୍ଷରୁ ଉର୍ଦ୍ଧ ଅତିଥି…..

ନୂଆଦିଲ୍ଲୀ ; ଆଦମପୁର ବିଜେପି ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ୍ ଅଫିସର ପରୀ ବିଶ୍ନୋଇଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଜେପି ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବିଷ୍ଣୋଇ ଡିସେମ୍ବର ୨୨ ତାରିଖରେ ବିବାହ ହେବାକୁ ଯାଉଛି। ଏନେଇ ବିଧାୟକ ଭବ୍ୟ ବିଶ୍ନୋଇ ଙ୍କ ପରିବାରର ଟ୍ୱିଟ୍ କରି ଦୁହିଁଙ୍କ ବିବାହ ସର୍ମ୍ପକରେ ସୂଚନା ଦେଇଛନ୍ତି । ତେବେ ଭବ୍ୟ ହରିୟାଣା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୈଧୁରୀ ଭଞ୍ଜଲାଲଙ୍କ ନାତି ଅଟନ୍ତି । ଭବ୍ୟଙ୍କ ବାପା ପୂର୍ବତନ ବିଧାୟକ କୁଲଦୀପ ବିଶ୍ନୋଇ ଓ ତାଙ୍କ ମାତା ବର୍ତ୍ତମାନ ଅଲ ଇଣ୍ଡିଆ ବିଶ୍ନୋଇ ମହାସଭାର ପୃଷ୍ଠପୋଷକ ପଦରେ ଅଛନ୍ତି । ତେବେ ଭବ୍ୟ ଓ ପରୀଙ୍କ ବିବାହରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିବା କଥା ବର୍ତ୍ତମାନ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି । କୁଲଦୀପ ବିଶ୍ନୋଇ ହିସାରର ଆଦମପୁରରେ ୫୫ଟି ଗାଁ ବୁଲିବୁଲି ପୁଅ ବିବାହର ନିମନ୍ତ୍ରଣ ଦେଇଛନ୍ତି।

ଅନ୍ୟପଟେ ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ଭୋଜି ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବିଷ୍ଣୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ଭିଭିଆଇପି ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।

ଭବ୍ୟ ବିଶ୍ନୋଇ –
ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ବିଜେପି ବିଧାୟକ ଭବ୍ୟ ବିଶ୍ନୋଇ ସରକାରୀ ଏବଂ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା କରିଥିଲେ। ଏହା ପରେ ସେ ହାୱାର୍ଡ ୟୁନିଭରସିଟିରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ଆଧୁନିକ ଭାରତରେ ମାଷ୍ଟର ଅଫ୍ ସାଇନ୍ସ ପାଇଁ ଅଧ୍ୟୟନ କରିବାକୁ ଯାଇଥିଲେ। ବର୍ତ୍ତମାନ ଆଡାମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭବ୍ୟ ବିଶ୍ନୋଇ ବିଜେପି ବିଧାୟକ।

Leave a Reply

Your email address will not be published. Required fields are marked *