Pratidin TV

Odisha's Digital News Platform

ରାତିରେ କ୍ରିକେଟ ଟୁର୍ନାମେଣ୍ଟରେ ଖେଳି ପ୍ରଚାର କଲେ ବିଜେପି ବିଧାୟକ

1 min read

ନିର୍ବାଚନକୁ ଆଖି ଆଗରେ ରଖି ପ୍ରାର୍ଥୀ କରୁଛନ୍ତି ଭିନ୍ନ ଧରଣରେ ପ୍ରଚାର। ପ୍ରଚାର ସମୟରେ ଏକ ରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଯାଇ କ୍ରିକେଟ ଖେଳିଛନ୍ତି ଉଦଳା ବିଜେପି ବିଧାୟକ ପ୍ରାର୍ଥୀ।

ଉଦଳା ବିଜେପିର ବିଧାୟକ ପ୍ରାର୍ଥୀ ଭାସ୍କର ମଢେଇ ନିର୍ବାଚନ ମଣ୍ଡଳୀ ଅଧୀନ ଜୁନପାଳ ଠାରେ ପ୍ରଚାର ସମୟରେ ରାତ୍ରକାଳୀନ କ୍ରିକେଟ ଟୁର୍ନାମେଣ୍ଟରେ ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ ଯୁବ ଭୋଟରମାନଙ୍କୁ ଆପଣାଇବା ପାଇଁ ସେ ସେଠାରେ କ୍ରିକେଟ ଖେଳିଥିବା ମଧ୍ୟ ଦେଖାଯାଇଥିଲା। ଯାହାକୁ ନେଇ ଉଭୟ ଖେଳାଳି ଏବଂ ବିଧାୟକ ପ୍ରାର୍ଥୀ ବେଶ ଖୁସି ଥିଲେ। କ୍ରିକେଟ ଖେଳ ଆଳରେ ଭାସ୍କରଙ୍କ ଏପରି ନିର୍ବାଚନ ପ୍ରଚାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement

Leave a Reply

Your email address will not be published. Required fields are marked *