Pratidin TV

Odisha's Digital News Platform

ବିଜେପିର ବଡ ଖୁଲାସା : ସରକାର ଲୁଚାଉଛନ୍ତି କାଶୀପୁର ମୃତସଂଖ୍ୟା

ଭୁବନେଶ୍ୱର : ମଙ୍ଗଳବାର ଚାଲିଥିବା ପ୍ରେସ୍‌ମିଟରେ ବିଜେପି କରିଛି ଏକ ବଡ ଧରଣର ଖୁଲାସା । ସରକାରଙ୍କ ରେକର୍ଡକୁ ଭୁଲ ପ୍ରମାଣିତ କରିଛି ବିଜେପି । ତେବେ ଚାଲିଥିବା ପ୍ରେସମିଟରେ କାଶୀପୁର ଝାଡାବାନ୍ତିର ମୃତ ସଂଖ୍ୟକକୁ ନେଇ ଟାଗେର୍ଟ କଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ କାଶୀପୁରର ସ୍ଥିତି ଅତ୍ୟନ୍ତ ଭୟାନକ ଓ ହୃଦୟ ବିଦାରକ ଚାଲିଛି କିନ୍ତୁ ସରକାର ଏନେଇ ମିଛ ତଥ୍ୟ ଦେଇଛନ୍ତି ଗଣମାଧ୍ୟମକୁ । ସେଠାରେ ଝାଡାବାନ୍ତିରେ ଏଯାଏଁ ୧୪ ଜଣଙ୍କ ମୃତ୍ୟୁ ହେଲାଣି କିନ୍ତୁ ସରକାରଙ୍କ ଦିଆଯାଇଥିବା ତଥ୍ୟରେ ମୃତସଂଖ୍ୟା ୯ କୁହାଯାଇଛି । ତାହେଲେ ଆଉ କେଇଁ କାରଣ ପାଇଁ ଅନ୍ୟମାନେ ମରିଛନ୍ତି ତାହା ସ୍ପଷ୍ଟ କରନ୍ତୁ ସରକାର ।

ଦୂଷିତ ପାନୀୟ ଜଳ ପିଇ ଓ ସୁଶମ ଖାଦ୍ୟାଭାବ ଯୋଗୁଁ ସେଠାକାର ପରିସ୍ଥିତି ଏପରି ହୋଇଛି ବୋଲି କହିଛନ୍ତି ମାଝୀ । ଏହାସହ ସେଠାରେ ଡ୍ରେନ୍ ନାହିଁ ,ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ନାହିଁ ,ଲୋକମାନେ ନାହିଂ ନଥିବା ହିନସ୍ଥାର ସାମ୍ନା କରୁଛନ୍ତି ପ୍ରତ୍ୟକଦିନ । କାଶୀପୁରର ବାସ୍ତବ ଦୃଶ୍ୟ କିଛି ଅଲଗା ଥିବାବେଳେ ସରକାର ଏହାକୁ କିଛି ଅଲାଗା ଭାବରେ ଦର୍ଶାଇଛନ୍ତି ।ପ୍ରତିବର୍ଷ ସେଠାରେ ଏପରି ଘଟୁଛି ଓ ଅନେକ ଲୋକଙ୍କ ଜୀବନ ଯାଉଛି । ତେବେ ସରକାର କିଛି ସ୍ଥାୟୀ ପ୍ରତିକାର କାହିଁକି କରୁନାହାନ୍ତି ବୋଲି ନିଜ ଯୁକ୍ତି ବାଢିଛନ୍ତି ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *