Pratidin TV

Odisha's Digital News Platform

ଶାଢୀ ପିନ୍ଧି କ୍ଷେତରେ ଗହମ କାଟିଲେ ହେମାମାଳିନୀ …

1 min read

ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ୍ ସୋ’ କରି ଭୋଟ୍ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଛି । । ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରଚାରରେ ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭିନ୍ନ ଚିତ୍ର । ଫସଲ ଅମଳ ସମୟରେ ଚାଷ ଜମି ଭିତରେ ପ୍ରଚାର କରୁଛନ୍ତି ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ତଥା ଡ୍ରିମଗାର୍ଲ ହେମା ମାଳିନୀ । ଯାହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ହେମା ଏକ କାଞ୍ଜିବରମ୍ ଶାଢ଼ୀ ପିନ୍ଧି କ୍ଷେତରେ ଫସଲ ଅମଳ କରୁଥିବାର ଦେଖିବା ପାଇଁ ମିଳୁଛି ।

ଏହି ଫଟୋ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ଏହା ରିଲ୍ ଲାଇଫ୍ ନୁହେଁ ବରଂ ବାସ୍ତବ ଜୀବନ । କ୍ଷେତରେ କାମ କରୁଥିବାବେଳେ ହେମା ମାଲିନି ସେଠାରେ କାମ କରୁଥିବା ମହିଳାମାନଙ୍କ ସହ କଥା ହେଉଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଏହି ସମୟରେ ସେ ମହିଳାଙ୍କ ସମସ୍ୟା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ । ହେମା ଗତ ଦଶ ବର୍ଷ ଧରି ମଥୁରାର ସାଂସଦ ରହି ଆସିଛନ୍ତି ଏବଂ ସେ ପ୍ରାୟତଃ ଏଠାରେ ସ୍ଥାନୀୟ ଲୋକଙ୍କୁ ଭେଟିଥାନ୍ତି । ୨୦୧୯ ମସିହାରେ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ହେମା କ୍ଷେତରେ କାମ କରୁଥିବା ମହିଳାଙ୍କ ସହ ଫସଲ ଅମଳ କରିଥିବାର ଦେଖିବା ପାଇଁ ମିଳିଥିଲା । ସେତେବେଳେ ଏହି ଫଟୋ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା । ଯେଉଁଥିପାଇଁ ବିରୋଧୀ ଦଳ ତାଙ୍କୁ ଖୁବ୍ ଟ୍ରୋଲ କରିଥିଲେ ଏବଂ କହିଥିଲେ ନିର୍ବାଚନ ଜିତିବା ପାଇଁ ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଉକ୍ତ ସମୟରେ ହେମା ଏପରି ଉତ୍ତର ଦେଇଥିଲେ ଯାହା ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଥିଲା, ‘ସେ ଚାଷକୁ ବହୁତ ପସନ୍ଦ କରନ୍ତି, ସେ ମୁମ୍ବାଇରେ ରୁହନ୍ତି, ଯେଉଁଠି ଏପରି ଚାଷଜମି ଦେଖିବା ପାଇଁ ମିଳିନଥାଏ ‘ ।

Advertisement

ସେ ଆହରୁ କହିଥିଲେ, ରିଲ୍ ଲାଇଫରେ ସେ ଅନେକ ଥର ଏପରି କ୍ଷେତର କାମ କରିଛନ୍ତି, ହେଲେ ରିୟଲ ଲାଇଫରେ ତାଙ୍କୁ ଏପରି ମୌକା ମିଳିନଥିଲା । ମଥୁରାରେ ତାଙ୍କୁ ଏହି ସୁବିଧା ମିଳିଛି, ତେଣୁ ସେ କ୍ଷେତରେ କାମ କରିବା ପାଇଁ ଇଛା କଲେ , ଏହା କିଛି ଅପରାଧ ନୁହେଁ । ବିରୋଧୀଙ୍କର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ, ତେଣୁ ଏପରି ଆଲୋଚନା କରୁଛନ୍ତି । ଚଳିତ ନିର୍ବାଚନରେ ତୃତୀୟ ଥର ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଛନ୍ତି ହେମା

Leave a Reply

Your email address will not be published. Required fields are marked *