Pratidin TV

Odisha's Digital News Platform

ଭୁବନେଶ୍ୱରରେ ପହଞ୍ଚି ଡ୍ରିମ୍ ଗାର୍ଲ ଦେଲେ ରଣହୁଙ୍କାର , କହିଲେ ଓଡିଶାରେ ପରିବର୍ତ୍ତନ ଦରକାର..

1 min read

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ ଓଡିଶା ଆସିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ମାତ୍ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଡ୍ରିମଗାର୍ଲ ହେମାମାଳୀନି। ବିମାନବନ୍ଦରରୁ ବାହାରି ମିଡିଆକୁ ନିଜର ପ୍ରତିକ୍ରିୟା ଦେଇ ହେମାମାଳୀନି କହିଛନ୍ତି ଏହା ମୋର ପ୍ରଥମ ଗସ୍ତ ନୁହେଁ। ଅନେକଥର ଓଡ଼ିଶା ଆସିଛି। ଏଠାରେ କଳାର ପ୍ରଚାର ତଥା ଗୁରୁ କେଳୁଚରଣ ମହାପାତ୍ର ଏବଂ ଅନ୍ୟ ନୃତ୍ୟଗୁରୁଙ୍କୁ ଭେଟିବା ଲାଗି ଆସିଛି। ଏଥର ବିଜେପିର ପ୍ରଚାର ପାଇଁ ଆସିଛି। ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ବିକାଶ ହୋଇନାହିଁ । ଓଡିଶା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଦରକାର । ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି ଅଛନ୍ତି । ଏଠି ଏଥର ବିଜେପି ସରକାର ଗଢିବ । ମୋଦୀଙ୍କ ଡାକରାରେ ୪୦୦ ପାର ହେବାକୁ ଯାଉଛି । ଦେଶରେ ବହୁତ ଭଲ କାମ ହେଉଛି, ଏଠି ବି ମିଳିବା ଦରକାର ।

ଦେଶରେ ମୋଦୀଙ୍କ ଉପଲବ୍ଧି ଓଡିଶାରେ ଦେଖିବାକୁ ମିଳୁନାହିଁ ।’ଭୁବନେଶ୍ୱର ବିମାନ ବନ୍ଦରରେ ସେ ପହିଞ୍ଚିବା ପରେ ରାଜ୍ୟ ବିଜେପି ନେତୃତ୍ୱ ତାଙ୍କୁ ସ୍ୱାଗତ କରିଥିଲେ। ତା’ ପରେ ସେ ସିଧାସଳଖ ସାଲିଆ ସାହିଆଡ଼କୁ ଗସ୍ତ କରିଛନ୍ତି। ସେଠାରେ କାର୍ଯ୍ରମରେ ଯୋଗ ଦେବେ। ଭୁବନେଶ୍ୱରର ସାଲିଆ ସାହିରେ ରୋଡ୍‍ ଶୋ ପରେ ସେ କଟକର କିଶୋର ନଗର ଯିବେ। ସେଠାରୁ ଫେରିଲା ପରେ ସେ ପିପିଲିଠାରେ ଆୟୋଜିତ ଜନସଭାରେ ଉଦବୋଧନ ଦେବେ। ସନ୍ଧ୍ୟାରେ ସେ ପିପିଲିଠାରେ ରୋଡ ଶୋ’ କରିବେ।

Advertisement

Leave a Reply

Your email address will not be published. Required fields are marked *