Pratidin TV

Odisha's Digital News Platform

ଗଛ କାଟି କାଠ ଚୋରା ଚାଲାଣ ଅଭିଯୋଗରେ ସାଂସଦଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ…

1 min read

ବନ୍ଧା ହେଲେ ବିଜେପି ସାଂସଦଙ୍କ ଭାଇ । ବିନା ଅନୁମତିରେ କୋଟି କୋଟି ଟଙ୍କାର ଗଛ କାଟି କରିଥିଲେ ଚୋରା ଚାଲାଣ । ଯେଉଁଥିପାଇଁ ବିଜେପି ସାଂସଦ ପ୍ରତାପ ସିମହାଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ । କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚର ସଂଗଠିତ କ୍ରାଇମ ସ୍କ୍ୱାଡ ଦ୍ୱାରା ଗିରଫ ହୋଇ ବିକ୍ରମ ସିମହା ବର୍ତ୍ତମାନ ଜଙ୍ଗଲ ବିଭାଗର ଅଧୀନରେ ଅଛନ୍ତି । ବିକ୍ରମ ସିମହା ବିନା ଅନୁମତିରେ ପ୍ରାୟ ୧୨୬ ଟି ଗଛ କାଟି କର୍ଣ୍ଣାଟକର ହାସନ ଜିଲ୍ଲାର ଏକ ଗାଁକୁ କାଠ ଚୋରା ଚାଲାଣ କରିଥିବା ଅଭିଯୋଗ କରାଯାଇଥିଲା । ପୂର୍ବରୁ ବନବିଭାଗ ଟିମ ବିକ୍ରମ ସିମହାଙ୍କୁ ଖୋଜିଥିଲେ ମାତ୍ର ସେ ଧରାଦେଇ ନଥିଲେ । ଫଳରେ ଅଧିକାରୀମାନେ ବିକ୍ରମଙ୍କୁ ବେଙ୍ଗାଲୁରୁକୁ ଟ୍ରାକ୍ କରିବା ପାଇଁ ଇଲେକ୍ଟ୍ରୋନିକ୍ ସିସିଟିଭି ବ୍ୟବହାର କରିଥିଲେ । ଅଧିକାରୀମାନେ ସଂଗଠିତ କ୍ରାଇମ ଦଳ ପାଖରେ ପହଞ୍ଚି ମିଳିତ ଅପରେସନରେ ବିକ୍ରମ ସିମହାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ତାଙ୍କୁ ହାସନ ଜିଲ୍ଲାକୁ ନିଆଯିବ ।

ସୂଚନା ଅନୁସାରେ ତହସିଲ୍‌ଦାର ମମତା ଉକ୍ତ ଗାଁକୁ ଗସ୍ତରେ ଆସିଥିବା ବେଳେ ବିଜେପି ସାଂସଦଙ୍କ ଭାଇଙ୍କ ନାିଁ ରେ ଏହି ଗଛ କାଟିବା ଘଟଣା ସର୍ବସମ୍ମୁଖରେ ପ୍ରାକାଶିତ ହୋଇଥିଲା । ପରେ ଘଟଣା ସଂକ୍ରାନ୍ତରେ ଆଭାସ ପାଇ ତହସିଲଦାର ସମ୍ପୃକ୍ତ ଅଧିକାରୀମାନଙ୍କୁ ସତର୍କ କରାଇବା ସହିତ ବିକ୍ରମଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ । ଯେଉଁ ବନାଞ୍ଚଳରୁ ଏହି ଗଛ କଟାଯାଇଥିଲା ତାହା ସରକାରଙ୍କ ଅଧୀନସ୍ଥ ୧୨ ଏକର ପରିମିତ ଗୋଚର ଜମି । ତାହାକୁ ୨ଜଣ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ଦିଆଯାଇଥିଲା । ସେପଟେ ଏହି ଘଟଣାକୁ ନେଇ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ କହିଛନ୍ତି ଯେ, ୧୨୬ଟି ଗଛ କାଟି ହସନ୍ ଜିଲ୍ଲାରେ ବିକ୍ରି କରିଥିବା ଅଭିଯୋଗରେ ବିକ୍ରମ ସିମ୍‌ହାଙ୍କୁ ଗିରଫ କରାଯାଇଛି । ସେ ପ୍ରାୟ ୫୦/୬୦ ବର୍ଷର ୧୨୬ଟି ଗଛ କାଟି ବନ ସଂରକ୍ଷଣ ଆଇନ ଉଲ୍ଲଂଘନ କରିଛନ୍ତି ।

Advertisement

ସେପଟେ ସଂସଦ ସୁରକ୍ଷା ତ୍ରୁଟି ଅଭିଯୋଗରେ ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କ ଚର୍ଚ୍ଚାରେ ଥିବା ବେଳେ ନିଜ ଭାଇଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଛନ୍ତି । ସେ କର୍ଣ୍ଣାଟକ ମନ୍ତ୍ରୀ ମଧୁ ବଙ୍ଗରପ୍ପାଙ୍କ ସହିତ ଚେକ ବାଉନ୍ସ ମାମଲା ଆଣିଛନ୍ତି । ସେ କହିଛନ୍ତି, “ମଧୁ ବଙ୍ଗରପ୍ପା .୫ ୬.୫ କୋଟି ମୂଲ୍ୟର ଚେକ୍ ବାଉନ୍ସ ମାମଲାରେ ଜଡିତ ଅଛନ୍ତି । ଏହା କୋର୍ଟଙ୍କ ଦ୍ୱରା କିଛି ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । କିନ୍ତୁ ମୋ ଭାଇଙ୍କୁ ଗିରଫ କରାଯାଇଛି ବୋଲି ।

Leave a Reply

Your email address will not be published. Required fields are marked *