Pratidin TV

Odisha's Digital News Platform

ଲିଭ-ଇନ ରିଲେସନଶିପ୍ ଏକ କ୍ଷତିକାରକ ରୋଗ, ଏହା ବିରୋଧରେ ଆସିବ ନୂଆ ଆଇନ…

1 min read

ଆଜିକାଲି ଲଭ ରିଲେସନରେ ରହୁଥିବା ପ୍ରେମୀ ଯୁଗଳ ପ୍ରାୟତଃ ଲିଭ-ଇନ ରିଲେସନରେ ରହିବାକୁ ବେଶି ପସନ୍ଦ କରୁଛନ୍ତି । ବିବାହ ପୂର୍ବରୁ ଗୋଟେ ଛାତ ତଳେ ଯୁବପିଢୀଙ୍କ ପାଇଁ କେ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଲିଭ ଇନରେ ରହି ବି ଭାଙ୍ଗିଯାଉଛି ପ୍ରେମ ସମ୍ପର୍କ । ତେଣୁ ଏପରି ସମ୍ପର୍କକୁ ମାରାତ୍ମକ ରୋଗ ବୋଲି କହିଛନ୍ତି ବିଜେପି ସାଂସଦ ଧରମବୀର ସିଂ । ଏହା ବିରୋଧରେ ଏକ ଆଇନ ଆଣିିବା ପାଇଁ ସେ ସଂସଦରେ ଦାବି କରିଛନ୍ତି । ତେବେ ଗୁରୁବାର ଦିନ ହରିୟାଣା ଭବାନୀ-ମହେନ୍ଦ୍ରଗଡର ବିଜେପି ସାଂସଦ ଶୁନ୍ୟ କାଳ ସମୟରେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ସାଂସଦ କହିଥିଲେ ଯେ ପ୍ରେମ ବିବାହରେ ଅଧରକ ବିଚ୍ଚେଦ ହେଉଛି । ଏଥିପାଇଁ ବିବାହ ପାଇଁ ପୁଅ ଝିଅଙ୍କ ବାପା, ମାଆ ସ୍ୱୀକୃତି ମିଳିବା ନିହାତି ଆବଶ୍ୟକ ବୋଲି । ଏହା ସହିତ ଲିଭ-ଇନ୍ ସମ୍ପର୍କ ସମାଜରୁୁ ବିଲୋପ ହେବା ନିହାତି ଦରକାର । ଏବଂ ସରକାର ଏହା ବିରୋଧରେ ଆଇନ ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଛନ୍ତି ।

ସାଂସଦ କହିଛନ୍ତି ଯେ “ମୁଁ ସରକାର ଏବଂ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଣିବାକୁ ଚାହୁଁଛି । ଭାରତୀୟ ସଂସ୍କୃତି ଏହାର ଦର୍ଶନ ପାଇଁ ‘ବସୁଧୈବ କୁଟୁମ୍ବକମ୍ ବିଶ୍ୱରେ ଜଣାଶୁଣା । ଆମର ସାଜିକକ ଚାଲିଚଳଣୀ ଏବଂ ପୋଷାକ ଦୁନିଆର ଅନ୍ୟମାନଙ୍କଠାରୁ ଭିନ୍ନ । ବିବିଧତା ମଧ୍ୟରେ ଆମର ଏକତା ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି ବୋଲି ଭବାନୀ-ମହେନ୍ଦ୍ରଗଡର ସାଂସଦ କହିଛନ୍ତି । ଭାରତୀୟ ବିବାହ ପରମ୍ପରା ଅନୁସାରେ ପରିବାର ପିତାମାତା କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ଆୟୋଜିତ ବିବାହକୁ ପ୍ରାଧାନ୍ୟ ଦେଇଥାଏ । ଏଥିରେ ବର ଏବଂ କନ୍ୟା ଉଭୟଙ୍କର ସହମତି ଥାଏ । ଏବଂ ସାମାଜିକ ତଥା ବ୍ୟକ୍ତିଗତ ମୂଲ୍ୟବୋଧ ତଥା ପାରିବାରିକ ପୃଷ୍ଠଭୂମି ଭଳି ଅନେକ ସାଧାରଣ କାରଣର ମେଳ ଉପରେ ଆଧାରିତ ବିବାହ ବ୍ୟବସ୍ଥା କରାଯାଇଥାଏ ।

Advertisement

ତେଣୁ, ମୋର ପରାମର୍ଶ ଯେ ପ୍ରେମ ବିବାହରେ ବର ଏବଂ ବରର ମାତା ପିତାଙ୍କ ସହମତି ବାଧ୍ୟତାମୂଳକ କରାଯାଉ । କାରଣ ଏହା ଭିତରେ ଏକ ନୂତନ ରୋଗ ସୃଷ୍ଟି ହୋଇଛି । ଯାହାକୁ “ଲିଭ୍ ଇନ୍ ରିଲେସନସିପ” କୁହାଯାଉଛି । ଏହା ଅଧୀନରେ ଦୁଇଜଣ ବ୍ୟକ୍ତି, ପୁରୁଷ କିମ୍ବା ମହିଳା, ବିବାହ ବିନା ଏକାଠି ରହୁଛନ୍ତି । ଏହି କାରଣରୁ ଅନେକ ବିବାହ ସୃଷ୍ଟି ହୋଇ ବହୁ ପରିବାର ନଷ୍ଟ ହୋଇଯାଇଛି । ଯେପରି ଶ୍ରଦ୍ଧା ୱାକର ଏବଂ ଆଫତାବ ପୁନାୱାଲା ଙ୍କ ମାମଲା ସାମ୍ନାକୁ ଆସିଥିଲା । ସେମାନେ ମଧ୍ୟ ଲିଭ ଇନ ରେ ଥିଲେ । ପ୍ରାୟ ଦିନକୁ ଦିନ ଏଭଳି ମାମଲା ସାମ୍ନାକୁ ଆସୁଛି । ଏହା କେବଳ ଆମର ସଂସ୍କୃତିକୁ ନଷ୍ଟ କରୁନାହିଁ ବରଂ ସମାଜରେ ଘୃଣା ଏବଂ କ୍ଷତି ସୃଷ୍ଟି କରୁଛି । ଯଦି ଏହା ଜାରି ରହେ ତେବେ ଆମର ସଂସ୍କୃତି ମରିଯିବ । ତେଣୁ ଉଭୟ ପରିବାରର ସହମତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *