Pratidin TV

Odisha's Digital News Platform

ଧମେନ୍ଦ୍ର ସାହୁ ମୃତ୍ୟୁମାମଲା : ଗଣଶିକ୍ଷାମନ୍ତ୍ରୀଙ୍କ ଗିରଫ୍ ଦାବିରେ ଡିସିପି ଅଫିସ୍ ଘେରିଲା ବିଜେପି

1 min read

ଭୁବନେଶ୍ୱର : ପୁରୀ ଜିଲ୍ଲା ୧୧ନଂ ଜୋନର ଜିଲ୍ଲାପରିଷଦ ଧମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ୭ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ପୋଲିସର କାହିଁକି ଚୁପ୍ ବସିଛି । ଧର୍ମେନ୍ଦ୍ରଙ୍କ ଫେସବୁକ୍ ପୋଷ୍ଟକୁ ଡିଲିଟ୍ କରାଯିବା ପରେ ସେ କହିଥିବା ମୋବାଲର ୨ ଟି ଭିଡିଉକୁ ଏଯାଏଁ ଜନସାଧାରଣ ସମ୍ମୁଖକୁ କାହିଁକି ଅଣାଯାଉନି? ନିକଟରେ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଅକ୍ଷୟ ନାମକ ଜଣେ ସାମ୍ବାଦିକ ଭାଇଙ୍କ ସହ କଥା ହୋଇ ତାଙ୍କ କଥାକୁ ରେକଡିଂ କରିବାକୁ କହିଥିଲେ । ଯାହା ତାଙ୍କ ମୃତ୍ୟୁ ପରେ ବୋହୁତ ଜୋରରେ ଭାଇରାଲ ହେବାରେ ଲାଗିଥିଲା । ତେବେ ସେହି ଅଡିଓରେ ଧର୍ମେନ୍ଦ୍ର ତାଙ୍କ ମୃତ୍ୟୁପଛରେ ଗଣଶିକ୍ଷାମନ୍ତୀ ସମୀର ରଞ୍ଜନ ଦାଶ, ଧମେନ୍ଦ୍ରଙ୍କ ପତ୍ନୀ,ଟୁଲୁ ମହାନ୍ତି ବୋହୁ,ରାଜୁନାୟକ ନାତୁଣୀ ଏବଂ ବିନୁ ଦାସ ଦାୟୀ । ତେବେ ଅଡିଓଟିକୁ ଯାଞ୍ଚ କରି ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏଁ ମାମଲାରେ କୋଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିନାହିଁ ।

ସେହିପରି ଅଡିଓରେ ସ୍ପଷ୍ଟ ଭାବେ ଗଣଶିକ୍ଷାମନ୍ତ୍ରୀ ଏବଂ ଧମେନ୍ଦ୍ର ନିଜ ପତ୍ନୀଙ୍କ ସଂପୃକ୍ତି କହିଥିଲେ ମଧ୍ୟ ପୋଲିସ କାହା ଉପରେ ମଧ୍ୟ ତଦନ୍ତ ଆରମ୍ଭ କରିନାହିଁ । ପୂର୍ବରୁ ବିଜେପି ଅନେକ ପ୍ରତିବାଦ କରିଥିଲେ ମଧ୍ୟ ପ୍ରଶାସନ ତାର ଆଖିବୁଜା ଶାସନ ଚଲାଇଛି । ଏନେଇ ଆଜି ଗଣଶିକ୍ଷାମନ୍ତ୍ରୀଙ୍କ ଗିରଫ୍ ଦାବିରେ ଏବଂ ଏହି ମୃତ୍ୟୁ ମାମଲାରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଜେପି ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

Advertisement

ଏହା ସହ ବିଜେପି ନେତ୍ରୀ ପ୍ରଭାତୀ ପରିଡା ଦାବି କରିଛନ୍ତି ଯେ ଧର୍ମେନ୍ଦ୍ର ଅଡିଓରେ ଯାହା ନିଜ ମୃତ୍ୟୁ ପାଇଂ ଯାହା ନାଁ ନେଇଛନ୍ତି ସେ ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ଯଦି ପୋଲିସ ଘଟଣାକୁ ଚାପିବାକୁ ଉଦ୍ୟମ କରିବ ତେବେ ଆନ୍ଦୋଳନ ଆହୁରି ତିବ୍ର ହେବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍‌ାଙ୍କ ଗସ୍ତପରେ ପୂରା ଦମ୍‌ରେ ଅଛି । ବିଜେପି ଏହି ନ୍ୟାୟ ଲଢେଇ ପାଇଁ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ସେ ଆଉ ମଧ୍ୟ କହିଛନ୍ତି ଯେ ‘ଓଡିଶା ସରକାରଙ୍କ ବିରୋଧରେ ଚାର୍ଟସିଟ୍ ତିଆରି କରିବ ବିଜେପି ’ । ଗଣତନ୍ତ୍ରର ମାଜିଷ୍ଟ୍ରେଟ୍ ଜନତାଙ୍କ ଆଗରେ ଉପସ୍ଥାପିତ କରାଯିବ ଚାର୍ଟସିଟ୍ । ଦୁର୍ନୀତୀ, ବ୍ୟଭିଚାର,ଭ୍ରଷ୍ଟାଚାର ପାଇଁ ୨୦୨୪ରେ ବିଜେଡି ମୁକ୍ତ ହେବ ଓଡିଶା । ସବୁପ୍ରମାଣ ଥାଇ ମଧ୍ୟ କାହିଂକି ପ୍ରଶାସନର ଏତେ ବଡ ଅବହେଳା । ଏହାର ଦୃଢ ପ୍ରତିବାଦ କରିବ ବିଜେପି ।

ତେବେ ନିକଟରେ ପୁରୀ ଜିଲ୍ଲାରେ ବିଜେଡି କର୍ମୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଧର୍ମେନ୍ଦ୍ରଙ୍କ ଶୋକସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯୋଗ ଦେଇଥିଲେ । ଏହାସହ ସେ ଲୋକମାନଙ୍କ ଆଗରେ ସଭାରେ ଧର୍ମେନ୍ଦ୍ରଙ୍କ ଫଟୋକୁ ମାଲ୍ୟର୍ପଣ କରିବା ସହ ଲୋକମାନଙ୍କ ଆଗରେ ଧର୍ମେନ୍ଦ୍ରଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏହାସହ ଧମେନ୍ଦ୍ରଙ୍କ ପରିବାର ତାଙ୍କ ନାରେ କୌଣସି ପ୍ରକାରର ଅଭିଯୋଗ କରିନାହାନ୍ତି ବୋଲି ସେ ସଭାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ ।

ସମୀରଙ୍କ ବିରୁଦ୍ଧରେ ପ୍ରମାଣ ପାଇ ମଧ୍ୟ ଧମେନ୍ଦ୍ରଙ୍କ ପରିବାର କାହିଁକି ଅଭିଯୋଗ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଧମେନ୍ଦ୍ରଙ୍କ ମୃତ୍ୟୁମାମଲା ପୁଣି ଥରେ ରହସ୍ୟ ଘେରରେ ଛନ୍ଦି ହୋଇଯାଇଛି । ପ୍ରମାଣ ଥାଇ ମଧ୍ୟ ପୋଲିସ ଧମେନ୍ଦ୍ରଙ୍କ ପତ୍ନୀଙ୍କ ସହ ଗଣଶିକ୍ଷା ମନ୍ତ୍ରୀଙ୍କୁ କାହିଂକି ଜେରା କରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି କର୍ମୀ ।

dharmendra sahu

ସପ୍ତାହେ ପରେ ବି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଉପରୁ ପରଦା ହଟୁ ନ ଥିବା ବେଳେ ପୁଲିସ୍ ଏହି ଘଟଣାକୁ ଚାପୁଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *