ଆକାଶରୁ ହେଲିକପ୍ଟର ଯୋଗେ ଖସିଲା ବିଜେପି ପୁସିଂ କାର୍ଡ…ବିଡା ବିଡା ଟଙ୍କା ଭାବି ତଳେ ହେଲା ଖଣ୍ଡଯୁଦ୍ଧ
1 min readଆକାଶରୁ ହେଲିକପ୍ଟର ମାଧ୍ୟମରେ ଗାଁ ଗଣ୍ଡାରେ ଅଦିନିଆ ଝରିପଡିଲା ନିର୍ବାଚନ ପୁସିଂ କାର୍ଡ ଲୋକେ ଟଙ୍କା ଆକାଶରୁ ଟଙ୍କା ବର୍ଷା ହେଉଛି ଭାବି ନିଜ ଭିତରେ ହେଲେ ଟଣା ଓଟରା ବାଡିଆ ପିଟା | କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ଵି ନିରାଟ ସତ | ତେବେ ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର କିଛି ଗାଁ ଗଣ୍ଡା ଯେପରିକି ସହିରା,ବାଟିପଡ଼ା, ଠାକୁରସାହି, ନୂଆପଡ଼ା, ସାନମଙ୍ଗ ଆଦି ଗାଁ ରେ ଆଜି ସଖାଳ ୧0 ଟା ସମୟରେ ଅତି ନିକଟରୁ ଏକ ହେଲିକାପ୍ଟର ଉଡୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ | ଆଉ ହେଲିକାପ୍ଟରରୁ ଟଙ୍କା ଭଳି ଦେଖାଯାଉଥିବା କିଛି କାଗଜ ଦେଖି ଲୋକେ ହେଲିକାପ୍ଟର ପଛରେ ଧାଇଁଥିଲେ | କିଛି ଲୋକ ଲହୁ ଲୁହାଣ ହୋଇଥିବା ବେଳେ କିଛି ଧନ ଜୀବନ ହେଲିକାପ୍ଟରର ବିକଟାଳ ଶବ୍ଦରେ ଅସନ୍ତୁଷ୍ଟ ହୋଇଥିବା ଦେଖିବାକୁ ପାଇଥିଲେ |
ଅତି ନିକଟରୁ ହେଲିକପ୍ଟର ଗତି କରିବା ଫଳରେ ବହୁତ ପୋଷା ପାରାଙ୍କ ଜୀବନ ଯାଇଥିବା ବେଳେ କିଛି ପାରାଙ୍କ ପର କଟିଯିବାରୁ ଆହତ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ | ଶେଷରେ ଲୋକେ ଜାଣିବାକୁ ପାଇଥିଲେ ହେଲିକପ୍ଟରରୁ ବାହାରୁଥିବା କାଗଜ ଟଙ୍କା ନୁହେଁ ବରଂ ବିଜେପିର ନିର୍ବାଚନୀ ପ୍ରଚାର କାର୍ଡ | ଯେଉଁ କାର୍ଡରେ ଲେଖା ଅଛି କେନ୍ଦ୍ରାପଡ଼ା ସହିତ ବିଜେପି ଏଥର ଚାରିଶ ପାର | ଉକ୍ତ ହେଲିକପ୍ଟରଟି କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଥିବା ବେଳେ ନିର୍ବାଚନ ଆଚରଣ ଵିଧି ଲାଗିଥିବା ବେଳେ ବିଜେପି କିଭଳି ଭାବେ ନିର୍ବାଚନୀ ପୁସିଂ କାର୍ଡ ହେଲିକପ୍ଟର ମାଧ୍ୟମରେ ଉପରୁ ବର୍ଷା କରୁଛି | ଏବଂ ଉକ୍ତ ହେଲିକପ୍ଟର କାହାର ବୋଲି ତଦନ୍ତ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଆଳିର ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି |