Pratidin TV

Odisha's Digital News Platform

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ବିଜେପି ର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

1 min read

ଅନୁଷ୍ଠିତ ହୋଇସାରିଛି ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଯାହାର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ବର୍ତ୍ତମାନ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିଛନ୍ତି। ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଜେ.ପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ଗଡ଼କରୀ, ଶିବରାଜ ସିଂ ଚୌହ୍ବାନ ପ୍ରମୁଖ ତାଲିକାରେ ରହିଛନ୍ତି।

Advertisement

ସୂଚନା ଅନୁସାରେ, ଚଳିତଥର ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ସେହିପରି ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *