Pratidin TV

Odisha's Digital News Platform

ବିଜେପି ଖୋଲିବ ନବ ଦାସଙ୍କ ହତ୍ୟା ଗୁମର , ପୁଣି ଥରେ ହେବ ମାମଲାର ତଦନ୍ତ ।

ଖୋଲିବ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର । ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ସରକାର । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରାଯାଇଥିଲା । ଆଉ ସମୃକ୍ତ ମାମଲାରେ ଅଭିଯୁକ୍ତ ଥଲେ ଏସଆଇ ଗୋପାଳ ଦାସ । ଯିଏକି ସେଦିନ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।

ନବ ଦାସ

ସର୍ବ ସମ୍ମୁଖରେ ନବ ଦାସଙ୍କୁ ହତ୍ୟା କରି ସେ କଣ ପ୍ରମାଣ କରିବାକୁ ଚାହୁଥିଲେ ତାହା ଏଯାଏଁ ସର୍ବ ସମ୍ମୁଖକୁ ଆସିନାହିଁ । ତଥାପି ନବଦାସଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଯାଇଥିଲା । କିନ୍ତୁ ସମୃକ୍ତ ଘଟଣାରେ ବିଜେଡି ନେତାଙ୍କ ସମୃକ୍ତି ଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତ ଗୋପାଳ ଦାସ

ନବ ଦାସଙ୍କ ଭଳିଆ ଟାଣୁଆ ନେତାଙ୍କୁ ରାସ୍ତାରୁ ହଟାଇବାକୁ ଆଗରୁ ଚାଲିଥିଲା ପ୍ଲାନିଂ । ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ କେବଳ ନବ ଦାସଙ୍କ ମାମଲା ନୁହେଁ, ୨୦୨୨ ମମିତା ମେହର ହତ୍ୟା ମାମଲା ଏବଂ ୨୦୦୮ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ କରାଯିବ ।

Leave a Reply

Your email address will not be published. Required fields are marked *