Pratidin TV

Odisha's Digital News Platform

ସାହୁ ବିଜେପିରେ ମିଶିଲେ ତାଙ୍କୁ କ୍ଲିନଚିଟ୍ ମିଳିଯିବ !

ନୂଆଦିଲ୍ଲୀ ; ଝାଡଖଣ୍ଡ ସାଂସଦ ଧୀରଜ ସାହୁଙ୍କର ଉଭୟ ଝାଡଖଣ୍ଡ ଓ ଓଡିଶାରେ ଥିବା ବିଭିନ୍ନ ଠିକଣାରେ ରେଡ୍ ଚାଲିଛି । ତେବେ ବଲାଙ୍ଗିର ସୁଦପଡ଼ା ମଦ ଭାଟିରେ ଆଇଟି ରେଡ୍ ପରେ ଚାଲିଥିବା ଟଙ୍କା ଗଣା ଆଜି ଶେଷ ହେବ। ଚତୁର୍ଥ ଦିନର ଗଣତି ପରେ ବ୍ୟାଙ୍କରୁ ବାହାରି ଦୀର୍ଘ ନିଶ୍ବାସ ହୋଇଛନ୍ତି ବ୍ୟାଙ୍କ କର୍ମଚାରୀ। ବର୍ତ୍ତମାନ ସୁଦ୍ଧା ୧୦୬ ଟି ବ୍ୟାଗ୍ ରୁ ୧୭୦ କୋଟି ଟଙ୍କା ଗଣତି ସାରିଥିବା ସୂଚନା ରହିଛି। ଆହୁରି ୭୦ ଗୋଟି ବ୍ୟାଗ୍ ଗଣତି ଚାଲିଥିବା ବେଳେ ଅନୁମାନ କରାଯାଉଛି ଟଙ୍କାର ପରିମାଣ ଆହୁରି ୧୦୦ କୋଟି ଟପିବ। ଏତେ ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ୬୦ ଘଣ୍ଟା ସମୟ ଲାଗିଥିଲା । ଏପରିକି ଟଙ୍କା ଗଣିବାକୁ ମଧ୍ୟ ମେସିନ କମ ପଡ଼ିଯାଇଥିଲା । ବିଭିନ୍ନ ବ୍ୟାଙ୍କରୁ ମେସିନ ମଗାଯାଇ ଅଧିକ କର୍ମଚାରୀ ନିଯୁକ୍ତ କରାଯାଇ ଟଙ୍କା ଗଣାଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କାର ଗଣତି ଶେଷ ହେବ ବୋଲି ଅନୁମାନ କରାଯାଉଛି।

କିନ୍ତୁ ଏସବୁ ପଛରେ ବିରୋଧୀ ଦଳର ସାଜିସ୍ ରହିଛି । କାରଣ ସାହୁଙ୍କୁ ପରୋକ୍ଷ ଭାବରେ ବିଜେପିରେ ମିଶାଇବାକୁ ଏକା ଏକ ଷଡଯନ୍ତ୍ର ବୋଲି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଯଦି କଂଗ୍ରେସ ସାଂସଦ ଭାରତୀୟ ଜନତା ପାର୍ଟିରେ ମିଶିଯିବେ ତେବେ ତାଙ୍କୁ ଏସବୁରୁ ଏକ କ୍ଲିନ୍ ଚିଟ୍ ମିଳିଯିବ ବୋଲି କୁହାଯାଉଛି । କିନ୍ତୁ ବିଜେପି ଜନସାଧାରଣଙ୍କୁ ଏକ ଆଶ୍ୱସନା ଦେଉ ଯେ ଯଦି ସାହୁ ବିଜେପିରେ ମିଶନ୍ତି ତାପରେ ମଧ୍ୟା ତାଙ୍କୁ କ୍ଲିନ୍ ଚିଟ୍ ମିଳିଯିବ । କାରଣ ମହାରାଷ୍ଟ୍ରରେ ଏଭଳି ଅନେକ କଂଗ୍ରେସ ନେତାଙ୍କ ସହ ଘଟିଯାଇଛି । ଯେତେବେଳେ ସେହି ନେତା ନିଜ ପାର୍ଟି ଛାଡି ଭାରତୀୟ ଜନତା ପାର୍ଟିରେ ହାତ ମିଳାନ୍ତି ତେବେ ସେମାନଙ୍କ କଳା ଟଙ୍କା ସମ୍ପୂର୍ଣ୍ଣ ସୁଦ୍ଧ ହୋଇଯାଏ ।

Leave a Reply

Your email address will not be published. Required fields are marked *