Pratidin TV

Odisha's Digital News Platform

ଦିଲ୍ଲୀରେ ହେବ କି ରାଷ୍ଟ୍ରପତି ଶାସନ ? କେଜରିଓ୍ବାଲ ସରକାରଙ୍କ ବରଖାସ୍ତ ନେଇ ବଢ଼ିଲା ଚର୍ଚ୍ଚା …

ଦିଲ୍ଲୀରେ ହେବ କି ରାଷ୍ଟ୍ରପତି ଶାସନ ? ଦିଲ୍ଲୀ ରାଷ୍ଟ୍ରପତି ଶାସନ ଲାଗୁ ହେବା ପାଇଁ ଚାଲିଛି କି ପ୍ରସ୍ତୁତି ? ଏବେ ଏଭଳି କିଛି ଚର୍ଚ୍ଚା ଜାତୀୟ ରାଜନୀତିରେ ଲାଗି ରହିଛି। କାରଣ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ସରକାରୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି।

ବିଜେପି ବିଧାୟକମାନେ ଦେଇଥିବା ଚିଠି ପାଇବା ପରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ଏହା ଉପରେ ବିଚାର କରିବା ପାଇଁ ରାଷ୍ଟ୍ରପତି ମୁର୍ମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କହିଥିବା ଜଣାପଡ଼ିଛି। ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାରୁ ଏବେ ସାମ୍ୱିଧାନିକ ସଙ୍କଟ ଦେଖାଯାଇଛି ଓ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ହେଉଛି। ତେଣୁ ଆପ୍‌ ସରକାରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ।

ଅପରପକ୍ଷେ ଆପ୍‌ ପକ୍ଷରୁ ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି। ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ବିଜେପି ପଛ ଦ୍ୱାରରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚାହୁଁଛି। ଆସନ୍ତା ବର୍ଷର ବିଧାନସଭା ନିର୍ବାଚନରେ ନିଶ୍ଚିତ ପରାଜୟକୁ ଟାଳିବା ପାଇଁ ବିଜେପି ଏପରି ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *