Pratidin TV

Odisha's Digital News Platform

ମୁହଁ ଖୋଲିଲେ ଧର୍ମେନ୍ଦ୍ର , କହିଲେ ଓଡିଶା ହେବ ଏକ ନମ୍ବର ..

1 min read

ଓଡ଼ିଶାରେ ବଡ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ସେ କହିଛନ୍ତି ଯଦି କେଉଁଠ ମୋଦିଙ୍କୁ ଅଧିକ ଭରସା କରନ୍ତି ତାହେଲେ ସେସବୁ ଭିତରେ ଓଡିଶା ହେଉଛି ଏକ ନମ୍ବର । ଜଗନ୍ନାଥଙ୍କ ଭୂମିର ସେବା ପାଇଁ ଭାଜପାକୁ ସୁଯୋଗ ମିଳିଛି, ଏଥିପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା । ସେ କହିଛନ୍ତି ମୋଦିଙ୍କ ଉପରେ ଭରସା କରି ଓଡିଶାବାସୀ ବିଜେପିକୁ ଭରସା କଲେ , କାରଣ ନରେନ୍ଦ୍ର ମୋଦି ନିଜେ ଓଡିଶା ବାସୀଙ୍କୁ ନିବେଦନ କରିଥିଲେ ।

ଏବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜୟ ହାସଲ ବିକଶିତ ଭାରତ, ବିକଶିତ ଓଡ଼ିଶା ସଂକଳ୍ପ ସାକାର ହେବ। ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ସାହିତ୍ୟର ବିକାଶ ହେବ।ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ବିଜୟ । ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ହେଳା କରିବ ନାହିଁ ।ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବେ ମୋଦି । ଏହାସହିତ ସେ କହିଛନ୍ତି ଆଜିର ଦିନରେ ସେ କୌଣସି କଟୁ ମନ୍ତବ୍ୟ ଦେବେନାହିଁ । ଆଜି ହେଉଛି ନମ୍ରତାର ଦିନ ସମ୍ଭ୍ରମତା ର ଦିନ ।

Advertisement

ଏହା ସହ ସେ କହିଛନ୍ତି ବିଜେପିର ବିଜୟ ନୁହେଁ ଓଡିଆ ଲୋକଙ୍କ ବିଜୟ। ଏହାସହ ଓଡ଼ିଆ ଅସ୍ମିତା, ଭାଷା ଓଡ଼ିଆ ପରିଚୟର ବିଜୟ। ଓଡ଼ିଶାବାସୀଙ୍କ ଜନାଦେଶକୁ ଆମେ ସ୍ୱୀକାର କରୁଛୁ। ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିଥିବା ଗ୍ୟାରେଣ୍ଟି ବୃଥା ଯିବନି ଏବଂ ଏହା ନିଶ୍ଚୟ ପୂରଣ ହେବ। ପ୍ରଧାନମନ୍ତ୍ରୀ ଯେତେବେଳେ ଯେଉଁ ପ୍ରତିଶୃତି ଦିଅନ୍ତି ତାକୁ ସେ ପୁର୍ଣ କରନ୍ତି।

Leave a Reply

Your email address will not be published. Required fields are marked *