Pratidin TV

Odisha's Digital News Platform

ଡିଜିପି ଅଫିସ୍ ଘେରାଉ କଲା ବିଜେପି ଯୁବମୋର୍ଚ୍ଚା …

1 min read

 ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ର ଉପ ସଭାପତି ଅଭିଳାଷ ପଣ୍ଡାଙ୍କ ଉପରେ ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଠାରେ ଆକ୍ରମଣର ପ୍ରତିବାଦ ଏବଂ ଆକ୍ରମଣ କାରି ମାନଙ୍କୁ ଗିରଫ ଦାବି କରି ଆଜି ବିଜେପି ଯୁବ ମୋର୍ଚ୍ଚା କଟକ ନଗର ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିକ୍ଷୋଭ ବେଳେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ବିକ୍ଷୋଭ ବେଳେ ପୋଲିସ ସହିତ କିଛି ସମୟ ଠେଲାପେଲା ହୋଇଥିଲା। ଯୁବ ମୋର୍ଚ୍ଚା ର ନେତା ଗଗନ ଓଝାଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚାର କର୍ମୀ ମାନେ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ଛକ ଠାରେ ଏକ ଶୋଭାଯାତ୍ରା ରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଗଗନ ଓଝା ଏକ ବିବୃତି ଦେଇ କହିଲେ ଯୁବ ମୋର୍ଚ୍ଚା ଉପ ସଭାପତି ଶ୍ରୀ ପଣ୍ଡା ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଠାରେ ପ୍ରଚାର କରି ଫେରୁ ଥିଲା ବେଳେ ରାଜନୈତିକ ଦଳର କର୍ମୀ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ବେଳେ ଶ୍ରୀ ପଣ୍ଡା ଆହତ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *