Pratidin TV

Odisha's Digital News Platform

ଜାଣନ୍ତୁ ରାହୁଲଙ୍କ ପାଇଁ କାହିଁକି ବିଜେପି ପଠାଇଲା ଜିଲାପି ?

1 min read

ହରିୟାଣାରେ ବିଜେପିର ହ୍ୟାଟ୍ରିକ୍‌ ପରେ ଦଳର ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟି ହରିୟାଣାର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀ ଜୀଙ୍କ ଘରକୁ ଜଲେବି ପଠାଯାଇଛି।’ ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ବିଜେପି ଟାର୍ଗେଟ୍‌ କରି ଏଭଳି ଟ୍ୱିଟ୍‌ କରିଛି।

ବିଶେଷ କଥା ହେଉଛି ଏହି ଟ୍ୱିଟ୍‌ରେ ଅର୍ଡର ଡିଟେଲର ସ୍କ୍ରିନ୍‌ ସଟ୍‌ ମଧ୍ୟ ଆଟାଜ କରାଯାଇଛି, ଯେଉଁଥିରେ ୨୪ ଆକବର ରୋଡ ପାଇଁ କନଟ୍‌ ପ୍ଲେସ ବିକାନେରୱାଲା ମିଠା ଦୋକାନୀ ଠାରୁ ଜଲେବିଙ୍କ ଅର୍ଡର କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଜଲେବିର ମୂଲ୍ୟ ମଧ୍ୟ ଲେଖାଯାଇଛି, ୬୦୯ ଟଙ୍କା।

Advertisement

କହିରଖୁଛୁ, ନିଜର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ ଯେ ଏହି ଅଞ୍ଚଳରେ ବହୁଳମାତ୍ରାରେ ଜିଲାପି ଉତ୍ପାଦନ ହେଉଛି। ଏଠାରୁ ଜିଲାପି ସାରା ଦେଶରେ ବିକ୍ରି କରାଯାଉଛି। ଏଥିରୁ ଲୋକେ ରୋଜଗାର ପାଇଥାନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ଯୋଗୁ ଜିଲାପି ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହି ବୟାନ ପରେ ରାହୁଲଙ୍କୁ ବିଜେପି ଟାର୍ଗେଟ କରିଥିଲା।

Leave a Reply

Your email address will not be published. Required fields are marked *