Pratidin TV

Odisha's Digital News Platform

ଜାଣନ୍ତୁ କାହିଁକି ଭାରତରେ ଆସିଥିଲା ବ୍ଲାକ ବଜେଟ୍ …

1 min read

ଫେବୃଆରୀ ୧ ତାରିଖରେ ଆସିବାକୁ ଯାଉଛି କେନ୍ଦ୍ର ସରକାରଙ୍କ ବଜେଟ୍ । ଯାହା ଉପରେ ଗରିବ ଖଟିଖିଆ ଠାରୁ ଧନୀ ମାନଙ୍କର ନଜର । କାରଣ ବଜେଟ ସାଧାରଣ ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଇବ । ଯେତେବେଳେ ଭାରତୀୟ ଅର୍ଥନୀତି ଦୁର୍ବଳ ହୋଇପଡିଲା ସେତେବେଳେ ଉପସ୍ଥାପନ କରିବାକୁ ପଡିଥିଲା ବ୍ଲାକ୍ ବଜେଟ୍ । ତେବେ ଆସନ୍ତୁ ଜାଣିବା ସେହି ବଜେଟ୍ କାହିଁକି ବ୍ଲାକ୍ ବଜେଟ୍ ନାମରେ ପରିଚିତ ହୋଇଥିଲା? କଣ ରହଛି ଏହା ପଛର ରୋଚକ କାହାଣୀ ।

୧୯୭୩-୭୪ବର୍ଷର ବଜେଟ୍ ବ୍ଲାକ୍ ବଜେଟ ଭାବରେ ଜଣାଶୁଣା । ୧୯୭୩ ଫେବୃଆରୀ ୨୮କୁ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶୱନ୍ତରାଓ ବି ଚବନ ଏହି ବଜେଟ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ । ଏହିବର୍ଷ ରାଜକୋଷକୁ ୫୫୦କୋଟି ଟଙ୍କାର କ୍ଷତି ସହବିାକୁ ପଡିଥିଲା । ସେହିବର୍ଷ ଦେଶ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଥିଲା । ଖରାପ ପାଣିପାଗ ବ୍ୟତୀତ ୧୯୭୧ରେ ହୋଇଥିବା ବାଂଲାଦେଶ ଯୁଦ୍ଧ କାରଣରୁ ଦେଶର ଅର୍ଥନୈତିକବସ୍ଥା ଭୁଷୁଡି ପଡିଥିଲା । ସରକାର ରାଜକୋଷର ଆୟ ବଢେଇବା ପାଇଁ କୋଇଲା ଖାନା, ବିଭିନ୍ନ ବୀମା କମ୍ପାନୀ ଓ ଇଣ୍ଡିଆନ କପର କର୍ପୋରେଶନର ରାଷ୍ଟ୍ରୀୟକରଣ କରିବା ପାଇଁ ଘୋଷଣା କରିଥିଲେ ।

Advertisement

ଏଥିପାଇଁ ସରକାର ପ୍ରାୟ ୫୬କୋଟି ଟଙ୍କାର ପ୍ରାବଧାନ କରିଥିଲେ । ତେଣୁ ଏହି ବଜେଟ୍‌କୁ ବ୍ଲାକ୍ ବଜେଟ୍ କୁହାଯାଏ । ଏହି ବଜେଟରେ ଏଭଳି ଯୋଜନାଗୁଡିକ ସାମିଲ କରାଯାଇଥିଲା ଯାହା ଦେଶର ଅର୍ଥନୈତିକ ପୁନରୁଦ୍ଧାରର ସିଧାସଳଖ ଲକ୍ଷ୍ୟ ହାସଲ ପାଇଁ ଉଦ୍ଧିଷ୍ଟ ଥିଲା । ଏହା ସାମାଜିକ ତଥା ଅର୍ଥନୈତିକ ପ୍ରଗତୀ ପାଇଁ ଆବଶ୍ୟକ ପଦକ୍ଷେପଗୁଡିର ସମର୍ଥନ କରୁଥିଲା ଏବଂ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ କଠିନ ନିଷ୍ପତ୍ତି ନେବାକୁ ଚେଷ୍ଟା କରିଥିଲା । ଏଭଳି ବଜେଟ୍ କେବଳ ଥରେ ଉପସ୍ଥାପିତ ହୋଇଥିଲା, ଏହା ବିଭିନ୍ନ କ୍ଷେତ୍ରରେ ସଂସ୍କାର ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଏବଂ ଦେଶକୁ ଆର୍ଥିକ ସଙ୍କଟରୁ ବାହାର କରିବାକୁ ଚେଷ୍ଟା କରିଥିଲା ।

Leave a Reply

Your email address will not be published. Required fields are marked *