Pratidin TV

Odisha's Digital News Platform

ଆସୁଛନ୍ତି ମୋଦୀ ଚଳଚଞ୍ଚଳ ରାଜଧାନୀ…..ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ବ୍ଲାକ୍ କ୍ୟାଟ କମାଣ୍ଡୋ

1 min read

ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି (ମେ ୧0 ) ରେ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | କାଲି ନିର୍ବାଚନ ପାଇଁ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ | ଏଥିପାଇଁ ରାଜଧାନୀ ସୁରକ୍ଷା ବ୍ୟବସ୍ଥା ପାଇଁ ଚଳଚଞ୍ଚଳ |

ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ତେବେ ସୂଚନା ମୁତାବକ ମୋଦିଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ରୋଡ଼ ଶୋ ହେବ | ପ୍ରାୟ ୧ ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ନୋ ଫ୍ଲାଇଂ ଜୋନ୍ ହେବ ସହ ବମ୍ ସ୍କ୍ଵାର୍ଡ ଏବଂ ଡଗ୍ ସ୍କ୍ଵାର୍ଡ ମୁତୟନ ରହିବେ। ୧0 ତାରିଖ ଦିନ ରାଜଭବନରେ ରାତ୍ରିଯାପନ କରିବେ | ଏବଂ ୧୧ ତାରିଖ ଦିନ ୩ଟି ଜନସଭାରେ ସାମିଲ ହେବେ | ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ୍ ପଡ଼ିଆରେ ଏକ ସମାବେଶରେ ଯୋଗଦେଇ ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବେ |

Advertisement

ତେବେ ୫ ଡେପୁଟି କମିଶନର , ୧୦ ଅତିରିକ୍ତ ଡେପୁଟି କମିଶନର, ୨୭ ଏସିପି, ୪୧ ଇନ୍ସପେକ୍ଟର , ୫୫ ପ୍ଲାଟୁନ୍ ଫୋର୍ସ ଏବଂ ୩ଟି ଆଣ୍ଟି ଟେରର ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ। ଜନପଥରେ ଲଗାଯାଇଛି ବାରିକେଡ୍ | ଟ୍ରାଫିକ ସମସ୍ୟା ପାଇଁ ଟ୍ରାଫିକ ପରିଚାଳନା ଉପରେ ପୁଲିସ୍ ସ୍ଵତନ୍ତ୍ର ଦୃଷ୍ଟି ଦେଉଛି। ମୋଦିଙ୍କ ରୋଡ ଶୋ ପାଇଁ ବିମାନରେ ସ୍ୱତନ୍ତ୍ର ୪ଟି କାର ଆସିବ | ଏହି କାର ଗୁଡିକ ବୁଲେଟ୍ ପ୍ରୁଫ୍ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *