Pratidin TV

Odisha's Digital News Platform

ବ୍ଲାକ୍ ଡେ ୧୪ ଫ୍ରେବୃଆରୀ ; ସେଇ କାଳ ଦିନକୁ ପୁରିଲା ୫ ବର୍ଷ , ଆଜି ସେଇ ବୀର ଯବାନଙ୍କୁ ଝୁରୁଛି ଦେଶ ।

୧୪ ଫ୍ରେବୃଆରୀ ଏହି ନାଁ ଶୁଣିଲେ ହିଁ ଟାଙ୍କୁରୀ ଉଠେ ପୁରା ଶରୀର । ମନେପଡିଯାଏ ସେଇ କଳା ଦିନ , ଯେଉଁଦିନ ଆମ ଭାରତ ମା ର ଛାତି ଉପରେ ବୋହୁଥିଲା ଆମ ବୀର ଯବାନଙ୍କ ରକ୍ତ । ଜାମ୍ମୁକାଶ୍ମୀରରେ ପୁଲୱାମା ଆକ୍ରମଣରେ ଆମ ଦେଶର ପ୍ରାୟ ୪୦ ସୈନିକ ସହିଦ୍ ହୋଇଥିଲେ । ଯଦିଓ ସମସ୍ତେ ୧୪ ଫ୍ରେବୃଆରୀକୁ ଭାଲେଣ୍ଟାଇନ୍ସଡେ ଡେ ପାଳନ କରନ୍ତି । କିନ୍ତୁ ଆମ ପାଇଁ ଆଜି କଳା ଦିନ । ଆଜିର ଦିନରେ କେହି ତା ସ୍ୱମୀକୁ ହରାଇଥିଲା ତ ପୁଣି କିଏ ଭାଇ ଆମ କେଉଁ ଦୁଃଖିନୀ ମା ତା’ ପୁଅକୁ ହରାଇ କାନ୍ଦିଥିଲା ।

ଆତ୍ମଘାତୀ ବିସ୍ପୋରଣକାରୀ ପୁଲୱାମାରେ ଏକ ସିଆପିଏଫ୍ କନଭେନକୁ ଟାର୍ଗେଟ କରି ୪୦ ଜଣ ସାହସୀ ସୈନିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ୨୫୦୦ ରୁ ଅଧିକ ସୈନିକଙ୍କୁ ନେଇ ଯାଉଥିବା ଏହି କନଭେନଟି ମଧ୍ୟରୁ ୧ ଟିରୁ ଉର୍ଦ୍ଧ ଗାଡି କୁ ସମ୍ପୂର୍ଣ୍ଣ ଉଡାଇ ଦେଇଥିଲେ ଆତଙ୍କୀଦଳ । ପୂର୍ବଯୋଜନା କରି ପାକିସ୍ତାନ ବିଝାଇଥିଲା ଜାଲ । ଆଜକୁ ଠିକ୍ ୫ ବର୍ଷ ହେଲା ଏହି କଷ୍ଟକୁ ଭୁଲିବାକୁ ଚେଷ୍ଟା କରି ମଧ୍ୟ ଭୁଲିପାରୁନି ଭାରତ । ଏହି ବୀର ଯବାନ ମାନଙ୍କ ବଳୀଦାନକୁ ବ୍ୟର୍ଥ ଯିବାକୁ ଦେଇନି ଭାରତ । ଏହି ଘଟଣାର ବରାବର ପ୍ରତିଶୋଧ ନେଇଥିଲା ଭାରତ । ଏହା ପରେ ପରେ ଉରି ଆର୍ଟାକ୍ କରି ଭାରତ ଦୋହଲାଇଥିଲା ପାକିସ୍ତାନକୁ ।

ସେଇ କଳା ଦିନ –ସେଦିନ ଥିଲା ଗୁରୁବାର ଆଉ ତାରିଖ ଥିଲା ଫେବୁଆରୀ ୧୪ ୨୦୧୯ । ଇଏ ସେହି ଦିନ ଯେଉଁଦିନ ଭାରତ ତାର ୪୦ ବରପୁତ୍ରକୁ ସବୁଦିନ ପାଇଁ ହରାଇ ବସିଥିଲା । ଗୋଟେ ପଟେ ସାରା ବିଶ୍ୱ ଭାଲେଣ୍ଟାଇନ ପାଳିବାରେ ବ୍ୟସ୍ତ ଥିବା ବେଳେ ହଠାତ ୨ଟା ବାଜି ୩୦ ମିନିଟରେ ଖବର ଆସିଲା ପାକିସ୍ତାନ ରଚିଥିବା ବଡ ଷଡଯନ୍ତ୍ରର ଶିକାର ହୋଇଛନ୍ତି ଭାରତର ପୁଅ । ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିଲା ଭୟଙ୍କର ବିସ୍ପୋରଣ । ତେବେ ପୁଲୱାମା ଆକ୍ରମଣକୁ ଆଜିକୁ ୫ବର୍ଷ ପୂରଲା । ଠିକ ଆଜିର ଦିନରେ ୪୦ ଯବାନ ପୁଅକୁ ହରାଇଥିଲା ଭାରତ । ଆଉ ଆଜି ବି ସେହି ବରପୁତ୍ରକୁ ଝୁରିଛି ମାଆ ମାଟି , ଗୁମୁରି ଗୁମୁରି କାନ୍ଦୁଛି ପରିବାର ଓ ପ୍ରିୟଜନ । ଆଉ ଯବାନଙ୍କ ସେହି ବଳିଦାନକୁ ଆମେ ଭୁଲିପାରିବୁନି । ଆମକୁ ସୁରକ୍ଷା ଦେଇ ତୁମେ ମାନେ ସହିଦ ହୋଇଗଲ । କିନ୍ତୁ ଆଜି ବି ଦେଶ ତୁମକୁ ଝୁରୁଛି । ଆଉ ତୁମର ସେହି ବିରତ୍ୱ ପାଇଁ ଆଜି ବି ଦେଶବାସୀଙ୍କ ଛାତି ଗର୍ବରେ ଫୁଲି ଉଠୁଛି । ହେଲେ ସେଦିନ ଘଟଣା ଆଜି ଆଖି ଆଗରେ ନାଚୁଛି । ଜାମ୍ମୁ ଶ୍ରୀନଗର ରାଷ୍ଟ୍ରିୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ଟି ବସ ଯାଉଥିଲା । ଆଉ ସବୁଦିନ ଭଳି ଯବାନ ମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ । ସିଆରପିଏଫଙ୍କ ଗାଡି ପୁଲୱାମା ପହଁଚିଥିବା ବେଳେ ରାସ୍ତାର ଅନ୍ୟପଟୁ ଆସୁଥିବା କାର ଟି ଯବାନଙ୍କ ଗୋଟେ ଗାଡିକୁ ଧକ୍କା ଦେଇଥିଲା ।କେହି କିଛି ବୁଝିବା ଆଗରୁ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଥରି ଉଠୁଥିଲା । ଆଉ ବିସ୍ଫୋରଣର ଶଦ୍ଦ ନିରବି ଗଲା ପରେ ଯାହା ସମା୍‌ନାକୁ ଆସିଲା ସେହି ଘଟଣା ଭାରତ ଇତିହାସରେ ପୂର୍ବରୁ କେବେ ଘଟି ନଥିଲା । ଏତେ ଜୋର ବିସ୍ଫୋରଣ ହୋଇଥିଲା ଯେ ସହିଦ ଯବାନଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଯାହାକୁ ଚିହ୍ନିବା କଷ୍ଟକର ହୋଇ ପଡିଥିଲା । ଆଉ ଏହି ଘଟଣା ପରେ ଶୋକରେ ବୁଡି ଯାଇଥିଲା ପୂରା ଦେଶ । ତେବେ ଆଜି ବି ସେଦିନର କଥା ମନେ ପଡଇଲେ ଆଖିରେ ଲୁହ ଛାତିରେ କୋହ ଭରି ଆସୁଛି ।

Leave a Reply

Your email address will not be published. Required fields are marked *