କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ
1 min readଆଜି ଖୋଲିବ କଳାଧନର ପେଟି | ଇଡି ଅଫିସରେ ବନ୍ଦ ହୋଇଥିବା ଏକାଧିକ ପୁରୁଣା ଫାଇଲ ପୁଣି ହେବ ରିଓପନ | କେବଳ ସେତିକି ନୁହେଁ ପୁଣି ଥରେ ମାମଲା ରୁଜୁ ନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ | କାରଣ ବର୍ତ୍ତମାନ ଓଡ଼ିଶାରେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ | ଯେଉଁଥିପାଇଁ ଏହି କଳାଧନ ସମ୍ପର୍କିତ SIT ବୈଠକ ହେବ |
SIT ର ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପସୟିତଙ୍କ କଟକ ତେଲେଙ୍ଗା ଠାରେ ଅବସ୍ଥିତ ବାସଭବନରେ ଏହି ବୈଠକ ବସିବ | ଆଗାମୀ ୧୫ ଦିନ ମଧ୍ୟରେ SIT ସର୍ବୋଚ୍ଚ ନ୍ୟାୟାଳୟରେ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବାର ଥିବା ବେଳେ ଏହାପୂର୍ବରୁ ଏହାର ଅନ୍ତିମ ବୈଠକ ହେବ | ଇଡି ନିର୍ଦ୍ଦେଶକ ରାହୁଲ ନବୀନ ମଧ୍ୟ ବୈଠକରେ ଯୋଗ ଦେବେ | ତାଙ୍କ ସହ ଉପସ୍ଥିତ ରହିବେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସର ଚ୍ୟାୟାରମ୍ୟାନ ରବି ଅଗ୍ରୱାଲ | ତେବେ ଗତ ୨ ମାସରେ ଓଡିଶା ଭିଜିଲାନ୍ସ ଧରିଥିବା କୋଟିପତି ବାବୁଙ୍କ ସମ୍ପର୍କରେ ତଥ୍ୟ SIT ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ମାଗିଛନ୍ତି | ବିଶେଷ ଭାବେ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଓଡିଶାର କଳାଧନ ସମ୍ପର୍କିତ ଆଲୋଚନା ଏହି ବୈଠକରେ ହେବାକୁ ଅଛି |