Pratidin TV

Odisha's Digital News Platform

ଅନଲାଇନରେ ଆସିଥିଲା ପାର୍ସଲ , ଖୋଲିବା ପରେ ହେଲା ବିସ୍ଫୋରଣ

1 min read

ସାବଧାନ ! ଅନ୍‌ଲାଇନ୍‌ରେ ଆପଣ ଜିନିଷ ମଗାଉଥିଲେ ସତର୍କ ହୋଇଯାନ୍ତୁ ନହେଲେ ଚାଲିଯାଇପାରେ ଜୀବନ । ଠିକ ଏପରି କିଛି ଘଟଣା ଘଟିଛି ଏହି ପରିବାର ସହିତ । ଅନଲାଇନରେ ଆସିଥିବା ପାର୍ସଲ ଖୋଲିବା ପରେ ହେଲା ଭୟଙ୍କର ବିସ୍ଫୋରଣ । ଯାହାଫଳରେ ଚାଲିଗଲା ବାପା-ଝିଅଙ୍କ ଜୀବନ । ସେହିପରି ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଏପରି ଏକ ଘଟଣା ଗୁଜରାଟର ସାବରକଣ୍ଠାରେ ଘଟିଛି । ଗୁଜରାଟର ସାବରକଣ୍ଠା ବଡାଲି ତାଲୁକାର ଛାୱନି ଗାଁ । ଏଠାକାର ଜୀତେନ୍ଦ୍ରଭାଇ ହୀରାଭାଇ ବଞ୍ଜାରାଙ୍କ ନାଁରେ ଅନ୍‌ଲାଇନ୍‌ରେ ଏକ ପାର୍ସଲ ଆସିଥିଲା । ସେ ଅନ୍‌ଲାଇନ୍‌ରୁ କିଛି ଦିନ ପୂର୍ବେ ଏକ ଥିଏର୍ଟ ସାଉଣ୍ଡ ସିଷ୍ଟମ୍ ଅର୍ଡର କରିଥିଲେ । ତେବେ ଏହି ପାର୍ସଲକୁ ଖୋଲିବା ପରେ ହୋଇଥିଲା ଭୟଙ୍କର ବିସ୍ଫୋରଣ ।

Advertisement

ଏଥିରେ ଘଟଣାସ୍ଥଳରେ ୩୦ ବର୍ଷୀୟ ଜୀତୁଭାଇ ବଞ୍ଜାରାଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ତାଙ୍କ ୧୪ ବର୍ଷୀୟ ଝିଅର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି ।ସେହିପରି ଅନ୍ୟ ଦୁଇ ଝିଅ ଶିଳ୍ପାବେନ ବିପୁଲଭାଇ ବଞ୍ଜାରା ଓ ଛାୟାବେନ୍ ଜୀତୁଭାଇ ବଞ୍ଜାରାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ଶରୀର ୭୦ରୁ ଅଧିକ ପ୍ରତିଶତ ପୋଡି ହୋଇଯାଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଝିଅଙ୍କ ବୟସ ୯ଓ ୧୦ ବର୍ଷ ଥିବା ଜଣାପଡିଛି । ତେବେ ଏହି ଅନ୍‌ଲାଇନ୍ ପାର୍ସଲଟି କିଭଳି ଆସିଥିଲା । କିଏ ଏହାକୁ ନେଇ ଆସିଥିଲା ଓ ଏହା କିଭଳି ଫାଟିଗଲା ସେ ନେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *