Pratidin TV

Odisha's Digital News Platform

ଗ୍ରାମବାସୀଙ୍କୁ  ପ୍ରେତାତ୍ମା ଭୟ ! ଭୁତ ଡରରେ ଦୁଇ ଦିନ ହେଲା ଘରେ ରହୁନାହାନ୍ତି ଲୋକେ..

ସମୟ ବଦଳୁଛି ହେଲେ ବଦଳୁନି ମଣିଷର ମାନସିକତା । ଆଜିର ଏହି ବିଜ୍ଞାନ ଯୁଗରେ ମଣିଷ ଯେଉଁଠି ମହାକାଶରେ ଘର କରିବାକୁ ଯୋଜନା କଲାଣି ସେଇଠି ଏଭଳି ବି କିଛିି ଲୋକ ଅଛନ୍ତି ଯେଉଁମାନଙ୍କର ମାନସିକ ସ୍ଥିତି ଏବେବି ଆଦିମ ଯୁଗରେ ଅଟକି ଯାଇଛି । ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଜି ବି ମଣିଷ ଅଣନିଶ୍ୱାସି ଭଳି ଜୀବନ ବିତାଉଛି । ଏବେବି ଅଲୌକିକ ଶକ୍ତିରେ ବନ୍ଧା ପଡିଛି ମଣିଷ । ଭୁତ ପ୍ରେତ ଭୟରେ ଗାଁରେ ତାଟି କବାଟ ପଡିଯାଉଛି । ଖାଲି ଏତିକି ନୁହେଁ ଭୁତ ଭୟରେ ବାହାରେ ପଡ଼ି ରହିଛନ୍ତି ଗ୍ରାମବାସୀ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ନଥାସାହି ପଞ୍ଚାଯତ ର ସବର ସାହିରେ । ଗ୍ରାମବାସୀଙ୍କ କହିବା କଥା ହେଲା

2ମାସ ହେବ ସବର ସାହି ବସ୍ତିରେ କିଏ ଜଣେ ଗୁଣିଆ ଗୁଣି ଗାରେଡି କରି ଗୋଟେ ପିଲାକୁ ଉଠେଇ ନେଇଥିଲେ। ଗ୍ରାମବାସୀ ମାନେ କୌଣସି ମତେ ଜାଣିପାରି ପିଲାକୁ ଉଦ୍ଧାର କରି ପୋଲିସ ଦ୍ବାରା ଗିରଫ କରିଥିଲେ। ଏବେ ପୂର୍ବ ରାଗ ରଖି ଗୁଣିଆ ଜଣକ ଗ୍ରାମରେ ଛୋଟ ରୁ ବୟସ୍କ ଲୋକ ମାନଙ୍କୁ ଗୁଣି ଗାରେଡି କରି ସମସ୍ତ  ମନରେ କୋକୁଆ ଭୟ ସୃଷ୍ଟି କରିଛି। ଫଳରେ  ବସ୍ତି ବାସିନ୍ଦା2ଦିନ ଧରି ପଦାରେ ପଡ଼ି ରହିଛନ୍ତି। ଗାଁ ରେ ଉତ୍ତେଜନା ଥିବାରୁ ଯାଜପୁର ସଦର ପୋଲିସ ତଦନ୍ତ କରି ଜଗି ରହିଛି।

Leave a Reply

Your email address will not be published. Required fields are marked *